ଗଡିଶାଗଦା ଥାନା ପୋଲିସ ଦ୍ୱାରା ବିଶ୍ୱସନୀୟ ସୂଚନା ଆଧାରରେ ଚଢ଼ାଉ

ଗଡିଶାଗଦା ଥାନା ପୋଲିସ ଦ୍ୱାରା ବିଶ୍ୱସନୀୟ ସୂଚନା ଆଧାରରେ ଚଢ଼ାଉ କରାଯାଇ ଅଭିଯୁକ୍ତ ଅକ୍ଷୟ ସାମନ୍ତରାୟ, ଗ୍ରାମ– ଜଙ୍କିଆଙ୍କ ନିକଟରୁ ମୋଟ ୮୪.୪୬୦ ଲିଟର ବିଦେଶୀ ମଦ, ଏକ ବଜାଜ ପିଆଜିଓ ଅଟୋ (ରେଜିଷ୍ଟ୍ରେସନ୍ ନଂ– OD 33 2075) ଏବଂ ନଗଦ ରାଶି ୩୮,୪୨୦ ଟଙ୍କା ଜବତ କରାଯାଇଛି।

ଏହି ଘଟଣାରେ ଆଇନୁସାରେ ମାମଲା ରୁଜୁ କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। ଗଡିଶାଗଦା ଥାନା ପୋଲିସ ପକ୍ଷରୁ ଅବୈଧ ମଦ କାରବାର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Leave a Reply

Your email address will not be published. Required fields are marked *