ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ରୁଷର ବୈଦେଶିକ ମନ୍ତ୍ରୀ । ଦ୍ୱିପାକ୍ଷିକ ସହଯୋଗର ପ୍ରଗତି ନେଇ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଲାଭରୋଭୟୁକ୍ରେନ ଓ ପଶ୍ଚିମ ଏସିଆ ପରିସ୍ଥିତି ସହ ବିଶ୍ୱସ୍ତରୀୟ ପ୍ରସଙ୍ଗ ଉପରେ ଲାଭରୋଭ ଓ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତି ସପକ୍ଷରେ ଭାରତର ନିରନ୍ତର ଦୃଷ୍ଟିକୋଣକୁ ଦୋହରାଇଛନ୍ତିପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତିଋଷ ସଂଘର ବୈଦେଶିକ ମନ୍ତ୍ରୀ, ମହାମହିମ ଶ୍ରୀ ସର୍ଗେ ଲାଭରୋଭ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି।ଡିସେମ୍ବର ୨୦୨୫ରେ ୨୩ତମ ଭାରତ – ରୁଷ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ପରଠାରୁ ଦ୍ୱିପାକ୍ଷିକ ସହଯୋଗରେ ହାସଲ ହୋଇଥିବା ପ୍ରଗତି ବିଷୟରେ ବୈଦେଶିକ ମନ୍ତ୍ରୀ ଲାଭରୋଭ ପ୍ରଧାନମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ।ବୈଦେଶିକ ମନ୍ତ୍ରୀ ଲାଭରୋଭ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ୟୁକ୍ରେନ ଏବଂ ପଶ୍ଚିମ ଏସିଆର ପରିସ୍ଥିତି ସମେତ ପାରସ୍ପରିକ ସ୍ୱାର୍ଥର ବିଭିନ୍ନ ଆଞ୍ଚଳିକ ଏବଂ ବିଶ୍ୱ ପ୍ରସଙ୍ଗ ଉପରେ ମତ ବିନିମୟ କରିଥିଲେ।ପ୍ରଧାନମନ୍ତ୍ରୀ ଆଲୋଚନା ଏବଂ କୂଟନୀତିକୁ ସର୍ବୋତ୍ତମ ମାର୍ଗ ଭାବରେ ଆଗକୁ ନେବା ସମ୍ପର୍କରେ ଭାରତର ନିରନ୍ତର ଦୃଷ୍ଟିକୋଣକୁ ପୁଣି ଥରେ ଦୋହରାଇଥିଲେ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ଉଷ୍ମ ଶୁଭେଚ୍ଛା ଜଣାଇବାକୁ ବୈଦେଶିକ ମନ୍ତ୍ରୀ ଲାଭରୋଭଙ୍କୁ ଅନୁରୋଧ କରିଥିଲେ।

Leave a Reply

Your email address will not be published. Required fields are marked *