ଭୁବନେଶ୍ୱରରେ ବିଳାସପୂର୍ଣ ରୂପା କ୍ରୟର ଏକ ନୂତନ ଯୁଗର ଆରମ୍ଭ
ଭୁବନେଶ୍ୱରରେ ବିଳାସପୂର୍ଣ ରୂପା କ୍ରୟର ଏକ ନୂତନ ଯୁଗର ଆରମ୍ଭ-ଭଟ୍ଟର ସିଲଭର ଆର୍ଟସର ଶୁଭାରମ୍ଭଭୁବନେଶ୍ଵର : ଶୁଦ୍ଧ ରୂପା କଳାକୃତି ଜଗତରେ ଏକ ପ୍ରସିଦ୍ଧ ନାମ “ ଭଟ୍ଟର ସିଲଭର ଆର୍ଟସ’ର ଉଦ୍ଘାଟନ ସ୍ଥାନୀୟଭୁବନେଶ୍ଵରଠାରେ ହୋଇଯାଇଛି। ୧୯୩୦ ମସିହାରୁ ହସ୍ତ ନିର୍ମିତ ପ୍ରିମିୟମ୍ ରୂପା ସାମଗ୍ରୀ ପାଇଁ ପରିଚିତ ଏହି ପାରମ୍ପରିକବ୍ରାଣ୍ଡ୍ ତାହାର ପ୍ରାୟ ଏକ ଶତାବ୍ଦୀର ଐତିହ୍ୟ ଓ କାରିଗରୀ କୌଶଳକୁ ଓଡିଶାକୁ ଆଣିଛି। ୧୨୫୦ ବର୍ଗଫୁଟ ବିଶିଷ୍ଟବିଶାଳ ସୋ ରୁମ୍ ଟି ରୂପା ଉପହାର ଓ ଲାଇଫ୍ଷ୍ଟାଇଲ ପ୍ରଡକ୍ଟ ପାଇଁ ଏକ ଅନନ୍ୟ ଗନ୍ତବ୍ୟସ୍ଥଳୀ ଭାବେ ପରିଚିତ ହେବ।ଏହି ଶୋ ରୁମ୍ରେ ୯୨୫ ଏବଂ ୯୯୯ ଶୁଦ୍ଧ ରୂପାର ବିଭିନ୍ନ ଆକର୍ଷଣୀୟ ପ୍ରସ୍ତୁତି ପ୍ରଦର୍ଶିତ ହେବ। ସେଥି ମଧ୍ୟରୁ ଶୁଦ୍ଧ ରୂପାର ବାସନ ପାତ୍ର, ପ୍ରିମିୟମ୍ ହୋମ୍ ଡେକର ସାମଗ୍ରୀ, ଆକର୍ଷଣୀୟ ରୁପା ଆଭୂଷଣ ଓ ପୂଜା ଓ ଭକ୍ତିମୟ ସାମଗ୍ରୀ ଆଦି ଅନ୍ତର୍ଭୁକ୍ତ।ଏହି ବ୍ରାଣ୍ଡ୍ କର୍ପୋରେଟ୍ ଗିଣ୍ଟିଂ, ବିବାହ, ପର୍ବ ପର୍ବାଣୀ ଓ ବ୍ୟକ୍ତିଗତ ଉପହାର ଭଳି ବିଭିନ୍ନ ଅବସର ପାଇଁ ଉତ୍କୃଷ୍ଟ ରୂପା ସାମଗ୍ରୀ ଯୋଗାଇ ଆସୁଛି। ପାରମ୍ପରିକତା, ଆକର୍ଷଣ ଓ ଆଧୁନିକ ଡିଜାଇନ୍ର ସୁନ୍ଦର ସମନ୍ବୟ ଏହାର ବିଶେଷତ୍ୱ। ଏହି ଉଦ୍ଘାଟନୀ ଉତ୍ସବରେ ଲାୟନ୍ ପରମେଶ୍ଵର ଲାଲ ଶାହା, ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର, ଲାୟନ୍ସ କ୍ଲବ୍ ଡିଷ୍ଟ୍ରିକ୍ଟ ୩୨୨ ବି-୧, ଗଣେଷ ପ୍ରସାଦ କଣ୍ଡୋଇ, ସମାଜସେବୀ ତଥା ସମ୍ମାନନୀୟ ବ୍ୟକ୍ତିତ୍ୱ ସଞ୍ଜୟ ଲାଠ, ସେକ୍ରେଟାରୀ ଜେନେରାଲ, ଅଲ୍ ଇଣ୍ଡିଆ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନ୍ ତଥା ଅଧ୍ଯକ୍ଷ, ମାରଓ୍ବାଡି ସୋସାଇଟୀ, ଭୁବନେଶ୍ଵର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସଂସ୍ଥାର ମାଲିକ ଅନିଲ କୁମାର ବାଗ୍ରୋଡିଆ ଏବଂ ରିଷଭ ବାଗ୍ରୋଡିଆ କହିଥିଲେ ଯେ, ଭୁବନେଶ୍ଵରରେ ଭଟ୍ଟର ସିଲଭର ଆର୍ଟସ ଖୋଲାଯିବାର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରହକମାନଙ୍କୁ ସୁଲଭ ମୂଲ୍ୟରେ ଖାଣ୍ଟି ୯୨୫ ଓ ୯୯୯ ରୂପାର ବିଭିନ୍ନ ପ୍ରକାରର ସାମଗ୍ରୀ ଉପଲବ୍ଧ କରାଇବା ଏବଂ ଓଡିଶାରେ ପ୍ରିମିୟମ୍ ରୂପା କ୍ରୟ ପାଇଁ ନୂତନ ଗନ୍ତବ୍ୟସ୍ଥଳୀ ସୃଷ୍ଟି କରିବା। ଏହି ଶୋ ରୁମ୍ରେ କେବଳ ରୂପା ସାମଗ୍ରୀର ବ୍ୟାପକ ସଂଗ୍ରହ ନୁହେଁ ବରଂ ଗ୍ରାହକମାନଙ୍କ ପାଇଁ କଷ୍ଟମାଇଜ୍ ଡିଜାଇନ୍ର ରୁପା ସାମଗ୍ରୀ ଓ ରୂପା ସାମଗ୍ରୀର ମରାମତି ଆଦି ବିଭିନ୍ନ ଅତିରିକ୍ତ ସେବା ଯୋଗାଇ ଦିଆଯିବ। ଓଡିଶାରେ ବିଭିନ୍ନ ସିଲଭର ଆର୍ଟସକୁ ଆଣିବାର ପ୍ରମୁଖ ଲକ୍ଷ୍ୟ ହେଉଛି ଶୁଦ୍ଧ ରୂପାର ସାମଗ୍ରୀକୁ ସ୍ଥାନୀୟ ବଜାରରେ ସହଜରେ ଉପଲବ୍ଧ କରାଇବା ସହିତ ୧୯୩୦ରୁ ଚାଲି ଆସୁଥୁବା ପାରମ୍ପରିକ କାରିଗରୀ, ଭରସା ଓ ଗୁଣବତ୍ତାକୁ ଅକ୍ଷୁଣ୍ଣ ରଖିବା।ସମୃଦ୍ଧ ଐତିହ୍ୟ, ପ୍ରିମିୟମ୍ ସଂଗ୍ରହ ଓ ଗ୍ରାହକ-କୈନ୍ଦ୍ରିକ ସେବା ସହିତ ଭଟ୍ଟର ସିଲଭର ଆର୍ଟସ ଭୁବନେଶ୍ଵରରେ ଶୁଦ୍ଧ ରୂପା ସାମଗ୍ରୀ ଓ ଉପହାର ପାଇଁ ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ ଭାବେ ପରିଚିତ ହେବ।
