ଆନ୍ତଃ ଗଣମାଧ୍ୟମ ସମନ୍ବୟ ଦ୍ବାରା ଗଣଯୋଗାଯୋଗ ଅଧିକ ପ୍ରଭାବୀ ହେବ:
ଭୁବନେଶ୍ଵର,୧୫/୦୫/୨୦୨୬: ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ରାଞ୍ଚି ପକ୍ଷରୁ ଆଜି ଦୂରଦର୍ଶନ କେନ୍ଦ୍ର ରାଞ୍ଚିଠାରେ ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି)ର ବୈଠକ ଆୟୋଜିତ ହୋଇଛି। ପିଆଇବି ରାଞ୍ଚି/ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ର ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।ନିଜ ଅଭିଭାଷଣରେ ଶ୍ରୀ ଅଖିଳ କୁମାର ମିଶ୍ର କହିଥିଲେ ଯେ, ପ୍ରଭାବଶାଳୀ ଗଣଯୋଗାଯୋଗ ପାଇଁ ବିଭିନ୍ନ ସଂସ୍ଥା ମଧ୍ୟରେ ସୁଦୃଢ଼ ସମନ୍ୱୟ, ନିୟମିତ ଆଲୋଚନା ଓ ସହଭାଗୀତାମୂଳକ କାର୍ଯ୍ୟପଦ୍ଧତି ଅତ୍ୟାବଶ୍ୟକ। ସେ କହିଥିଲେ ଯେ, ସମନ୍ୱିତ ପ୍ରୟାସ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ପାଖରେ ଅଧିକ ପ୍ରଭାବୀ ଭାବରେ ପହଞ୍ଚାଇପାରିବ।ରାଞ୍ଚି ପିଆଇବି ଏବଂ ସିବିସି କାର୍ଯ୍ୟାଳୟର ମୁଖ୍ୟ ଶ୍ରୀ ରାଜେଶ କୁମାର ସିହ୍ନା କହିଥିଲେ, ଆଇଏମପିସିସି ବୈଠକର ମୂଳ ଉଦ୍ଦେଶ୍ୟ ହେଉଛି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ବୃଦ୍ଧି ସହିତ ଜନସମ୍ପର୍କ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ପ୍ରଭାବଶାଳୀ କରିବା।ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି), ରାଞ୍ଚି ୟୁନିଟ୍ର ଅଧୀକ୍ଷକ ଶ୍ରୀ ଶାରିକ ଉମର କହିଥିଲେ ଯେ ୨୦୨୬ ମସିହାରେ, ବ୍ୟୁରୋ ପାଞ୍ଚଟି ପ୍ରମୁଖ ଅଭିଯାନ ଚଳାଇଥିଲା, ଯାହା ଫଳରେ ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରାଯାଇଥିଲା।ଦୂରଦର୍ଶନ ରାଞ୍ଚିର କାର୍ଯ୍ୟକ୍ରମ ମୁଖ୍ୟ ଶ୍ରୀ ଅମିତ କୁମାର କହିଥିଲେ ଯେ, ଦୂରଦର୍ଶନ ସ୍ଥାନୀୟ ଭାଷାରେ ଧାରାବାହିକ ଓ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରୁଛି। ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏହାର ବିଷୟବସ୍ତୁକୁ ପାଞ୍ଚ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ସେ କହିଥିଲେ ଯେ, ଲୋକକଥା ଆଧାରିତ ପ୍ରାମାଣିକ-ନାଟକ ନିର୍ମାଣ ସହ ଆଧୁନିକ ଉପକରଣ ବ୍ୟବହାର କରି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଉଛି। ଗତ ଆର୍ଥିକ ବର୍ଷରେ ଦୂରଦର୍ଶନ ପ୍ରାୟ ୩ କୋଟି ଟଙ୍କା ରାଜସ୍ୱ ଆୟ କରିଥିଲା।ମାଇ ଭାରତ’ (ଝାଡ଼ଖଣ୍ଡ)ର ରାଜ୍ୟ ନିର୍ଦ୍ଦେଶକ ଶ୍ରୀମତୀ ଲଳିତା କୁମାରୀ ‘ବିକଶିତ ଭାରତ ଯୁବ ନେତା ଆଲୋଚନା’, ଯୁବ ସଂସଦ କାର୍ଯ୍ୟକ୍ରମ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକଳାପ ବିଷୟରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।ସେଣ୍ଟ୍ରାଲ୍ କୋଲଫିଲଡ୍ସ ଲିଃ (ସିସିଏଲ)ର ପ୍ରତିନିଧି ଶ୍ରୀ ମନୀଷ ତିୱାରୀ ସୂଚନା ଦେଇଥିଲେ ଗତ ଆର୍ଥିକ ବର୍ଷରେ କମ୍ପାନି ପ୍ରାୟ ୮୨.୨ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିଲା। ଏହା ସହିତ ଏହି ରାଷ୍ଟ୍ରାୟତ୍ତ କମ୍ପାନି ନିଜର କର୍ପୋରେଟ୍ ସାମାଜିକ ଦାୟିତ୍ବ (ସିଏସଆର୍) ବାବଦରେ ୭୯ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ‘ସିସିଏଲ କେ ଲାଲ-ଲାଡଲି’ ଯୋଜନା ଅଧୀନରେ, ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ସୁବିଧା ଯୋଗାଇ ଦିଆଯାଉଛି ଏବଂ ୫୦୦୦ ଛାତ୍ରଛାତ୍ରୀ କ୍ଷମତା ବିଶିଷ୍ଟ ଏକ ପାଠାଗାର ନିର୍ମାଣ କରାଯାଉଛି। ଏହା ସହିତ କମ୍ପାନି ପଶୁ ଆମ୍ବୁଲାନ୍ସ ସେବା ମଧ୍ୟ ଯୋଗାଇ ଦେଉଛି ବୋଲି ସେ ସୂଚନା ଦେଇଥିଲେ। ୟୁଆଇଡିଏଆଇର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ନୀରଜ କୁମାର ସୂଚନା ଦେଇଥିଲେ ଯେ ଝାଡ଼ଖଣ୍ଡରେ ଆଧାର ସେବା ୧୦୦% ପରିପୂର୍ଣ୍ଣତା ହାସଲ କରିଛି ଏବଂ ୪୪ ହଜାର ସ୍କୁଲର ନିୟମିତ ତଦାରଖ କରାଯାଉଛି।ରାଞ୍ଚି ରେଳ ଡିଭିଜନର ସହାୟକ ବାଣିଜ୍ୟିକ ପରିଚାଳକ ଶ୍ରୀ ଅଭିଜିତ ବିଶ୍ୱାସ କହିଥିଲେ ଯେ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ରେଳ ଷ୍ଟେସନଗୁଡ଼ିକର ବିକାଶ କରାଯାଉଛି। ଗୋବିନ୍ଦପୁର ରୋଡ୍ ଷ୍ଟେସନର ପୁନଃବିକାଶ କରାଯାଇ, ଅଯୋଧ୍ୟାକୁ ଏକ ନୂତନ ଟ୍ରେନ୍ ସେବା ଆରମ୍ଭ କରାଯାଇଛି।ନାବାର୍ଡର ସହାୟକ ମହାପ୍ରବନ୍ଧକ ଶ୍ରୀ ଆନନ୍ଦ କୁମାର କହିଥିଲେ ଯେ, ୪ ହଜାରରୁ ଅଧିକ କୋଟି ଟଙ୍କାର ଅନୁଦାନ ଜାରି କରାଯିବା ସହ ପ୍ରଥମ ପର୍ଯ୍ୟାୟରେ ୧୫୦୦ ପେକ୍ସ କାର୍ଯ୍ୟାଳୟର କମ୍ପ୍ୟୁଟରୀକରଣ କରାଯାଉଛି। ଏନଟିପିସି କର୍ପୋରେଟ୍ ଯୋଗାଯୋଗ ବିଭାଗ ପକ୍ଷରୁ ସୁଶ୍ରୀ ମୋହିନୀ କୁମାରୀ କହିଥିଲେ ଯେ ନର୍ଥ କର୍ଣ୍ଣପୁରା ପରିଯୋଜନାରେ ଏସିସି ପ୍ରଯୁକ୍ତିର ପ୍ରୟୋଗ କରାଯାଉଛି। ସେହିପରି କର୍ପୋରେଟ୍ ସାମାଜିକ ଦାୟିତ୍ବ ଅଧିନରେ ସ୍ବାସ୍ଥ୍ୟ, ଶିକ୍ଷା ଓ ସଡ଼କ ନିର୍ମାଣ ସମ୍ପର୍କିତ କାର୍ଯ୍ୟ କରାଯାଉଛି। ଏହି ବୈଠକରେ ରାଞ୍ଚି ଦୂରଦର୍ଶନର ସମ୍ପାଦକ ଶ୍ରୀ ଗୌରବ କୁମାର ପୁଷ୍କର ସ୍ବାଗତ ଭାଷଣ ଦେଇଥିଲେ। ଏହା ସହ ରାଞ୍ଚି ଆକାଶବାଣୀ କେନ୍ଦ୍ରର ଉପ ମହାନିର୍ଦ୍ଦେଶକ ତଥା କାର୍ଯ୍ୟଳୟ ମୁଖ୍ୟ ଡିସି ହେମ୍ବ୍ରମ୍, ଦୂରଦର୍ଶନ ରାଞ୍ଚିର ସହକାରୀ ଇଂଜିନିୟର ଶ୍ରୀମତୀ ବିଲଚନ ମିଞ୍ଜ୍, ଆକାଶବାଣୀ ରାଞ୍ଚିର ସମ୍ବାଦ ସମ୍ପାଦକ ଶ୍ରୀମତୀ ମହବିଶ ରହମାନ ଓ କାର୍ଯ୍ୟକ୍ରମ ନିର୍ବାହୀ ଶ୍ରୀ ପ୍ରଭୁ ଶରନ ପ୍ରମୁଖ ଯୋଗ ଦେଇଥିଲେ।
