କିଶୋର ପ୍ରସାଦ ପ୍ରିମିୟର ଲିଗ୍ ଉଦଘାଟିତ

ଗଣିଆ – ଗଣିଆ ବ୍ଲକ କିଶୋର ପ୍ରସାଦ ଠାରେ ମହାନଦୀ ପବ୍ଲିକ ସ୍କୁଲ ପ୍ରାୟୋଜିତ କିଶୋର ପ୍ରସାଦ ପ୍ରିମିୟର ଲିଗ୍ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ମହାନଦୀ ପବ୍ଲିକ ସ୍କୁଲର ସମ୍ପାଦକ ତଥା ସାମ୍ବାଦିକ ପଙ୍କଜ କୁମାର ସାହୁ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି କ୍ରିଡା ମହୋତ୍ସବକୁ ଉଦଘାଟନ କରିଥିଲେ । ଚାମ୍ପିୟନ ଏବଂ ରନର୍ସଅପ୍ ଟ୍ରଫିକୁ ଏକ ସୁସଜ୍ଜିତ ଗାଡ଼ିରେ ସାଜସଜ୍ଜା କରି ବିଶାଳ ଶୋଭାଯାତ୍ରାରେ ପଡିଆ ମଧ୍ୟକୁ ନିଆଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଟିମ୍ ଭାଗ ନେଇଥିବା ଜଣାପଡ଼ିଛି । ଆଜି ସକାଳେ ପ୍ରଥମ ମ୍ୟାଚରେ ବ୍ୟାଟିଂ କରି ବି.କେ -୧୧ ଦଳ ୧୦ ଓଭରରେ ୧୫୯ ରନ୍ ସଂଗ୍ରହ କରିଥିଲେ ।

ଜବାବରେ ଫାୟାର -୧୧ ଦଳ ୧୦ ଓଭରରେ ୧୩୦ ରନ୍ କରି ମ୍ୟାଚ୍ ହାରି ଯାଇଥିବା ବେଳେ ବି.କେ -୧୧ ବିଜୟ ଲାଭ କରିଥିବା ବେଳେ ଦଳର ରାକେଶ ମଲ୍ଲିକ ୨୮ ବଲରୁ ଧୁଆଁ ଧାର ୬୮ ରନ୍ ସଂଗ୍ରହ କରିଥିବାରୁ ତାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ବଣ୍ଟନ କରାଯାଇଥିଲା । ସେହିପରି ଅପରାହ୍ନରେ ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ୟୁ.ପି-୧୧ ୧୦ ଓଭରରେ ୧୮୦ ରନ୍ ସଂଗ୍ରହ କରିଥିଲେ କରିଥିଲେ । ଜବାବରେ କିଙ୍ଗସ୍ -୧୧ ଦଳ ମାତ୍ର ୮୭ ରନ୍ କରି ମ୍ୟାଚ୍ ହାରି ଯାଇଥିଲେ । ୟୁପି -୧୧ର ଦିଲ୍ଲୀପ କୁମାର ପ୍ରଧାନ ୧୬ ବଲରେ ଧୁଆଁ ଧାର ୬୧ ରନ୍ ସଂଗ୍ରହ କରି ମ୍ୟାନ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଥିଲେ । ୟୁପି -୧୧ ଦ୍ବିତୀୟ ଦଳ ଭାବେ ବିଜୟ ଲାଭ କରିଥିଲେ ।

Leave a Reply

Your email address will not be published. Required fields are marked *