ଶିଶୁ କବିତା

. ଶିଶୁ କବିତା

       ଆସୁଅଛି ରଜ ହୋଇ ସଜବାଜ

  🖊️କବିରତ୍ନ ନୂତନ କୁମାର ବେହେରା

ଆସୁଅଛି ରଜ  ହୋଇ ସଜବାଜ
            ଆନନ୍ଦେ ସୂରୁଜ  ବୁଣିବ ମୁରୁଜ,
ସକାଳରୁ ସଂଜ  କରିବା ମଉଜ
            ଘୁଞ୍ଚିଲେ ଦରଜ  ହସିବ ରାଇଜ।

ମାଟିର ପରବ  ଆମ ଗଉରବ
          ପାଳିବା ଉତ୍ସବ  ରଜ ଖୁସି ଦେବ,
ବନ୍ଧୁ ଓ ବାନ୍ଧବ  ମଧ୍ୟେ ଥିଲେ ଭାବ
             ପାର୍ଥିବ ବିଭବ  ଦିଅଇ ଦଇବ।

ରଜ ଦୋଳି ଝୁଲି  ଦୁଃଖ ଯିବା ଭୁଲି
         ନୁହେଁ ଏ ମାମୁଲି  ଆସୁଅଛି ଖାଲି,
ରଜ ଆସେ ବୁଲି  ହସି ଖିଲିଖିଲି
    ପରମ୍ପରା ଖୋଲି  ଆଗେ ଦିଏ ମେଲି।

ଆସୁଅଛି ରଜ  ହୋଇ ସଜବାଜ
  ଚାଷୀ କରେ ଖୋଜ  ଧରି ତାର ଧୈର୍ଯ୍ୟ,
ମୌସୁମୀ ବିରାଜ  ବରଷିବ ଆଜ
        ଜୀବନ ସହଜ  କରୁଥିଲେ କାର୍ଯ୍ୟ।

  ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ନବସୃଜନ’ ଇ-ପତ୍ରିକା
କୋହି, ବାରିପଦା, ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *