ଆଶ୍ରମରେ ନିଆରା ଢଙ୍ଗରେ ପାଳିତ ହେଲା ଶ୍ରେୟାଶ୍ରୀଙ୍କ ୯ମ ଜନ୍ମଦିବସ
ଭଦ୍ରକ, : ଆଜିର ସମାଜରେ ଜନ୍ମଦିବସ ପାଳନ ମାନେ ସାଧାରଣତଃ ବଡ଼ ବଡ଼ ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ଆଡମ୍ବରପୂର୍ଣ୍ଣ ଆୟୋଜନକୁ ବୁଝାଏ। କିନ୍ତୁ ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ନିକଟସ୍ଥ ମାଳଦା ଗ୍ରାମର ଏନ୍.ଆର୍.ଆଇ. ସ୍କୁଲର ତୃତୀୟ ଶ୍ରେଣୀର ଛାତ୍ରୀ ଶ୍ରେୟାଶ୍ରୀ ସୂତାର ନିଜର ୯ମ ଜନ୍ମଦିବସକୁ ଏକ ନିଆରା ଓ ମାନବିକ ଢଙ୍ଗରେ ପାଳନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।ଶ୍ରେୟାଶ୍ରୀଙ୍କ ଜନ୍ମଦିବସ ଅବସରରେ ତାଙ୍କ ପିତା ଦୟାନିଧି ସୂତାର ଓ ମାତା ଇତିଶ୍ରୀ ସୂତାରଙ୍କ ଉଦ୍ୟମରେ ଗରଦପୁର ସ୍ଥିତ ଏକ ଆଶ୍ରମରେ ଅନାଥ ଓ ଅସହାୟ ଶିଶୁମାନଙ୍କ ସହ ଜନ୍ମଦିବସ ପାଳନ କରାଯାଇଥିଲା। ଏହି ଅବସରରେ ଆଶ୍ରମର ଶିଶୁମାନଙ୍କୁ ଖାଦ୍ୟ, ଫଳ ଓ ବିଭିନ୍ନ ଉପହାର ବଣ୍ଟନ କରାଯିବା ସହ ସେମାନଙ୍କ ସହ ଖୁସିର ମୁହୂର୍ତ୍ତ ବାଣ୍ଟିଥିଲେ ପରିବାର ସଦସ୍ୟମାନେ।ବର୍ତ୍ତମାନ ସମୟରେ ଅନେକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଡମ୍ବରପୂର୍ଣ୍ଣ ଭାବେ ଜନ୍ମଦିବସ ପାଳନ କରୁଥିବା ବେଳେ, ଶ୍ରେୟାଶ୍ରୀଙ୍କ ପରିବାର ଏହି ବିଶେଷ ଦିନଟିକୁ ଅନାଥ ଶିଶୁମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଉତ୍ସର୍ଗ କରିଥିଲେ। ପରିବାରର ଏହି ମହତ୍ ପଦକ୍ଷେପକୁ ଉପସ୍ଥିତ ଅତିଥି ଓ ସ୍ଥାନୀୟ ଲୋକମାନେ ଉଚ୍ଚ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ସାହୁ, ଅଶୋକ କୁମାର ମହାରଣା, ହେମନ୍ତ ସାହୁ, ମାୟାଧର ସାହୁ, ବ୍ରହ୍ମାନନ୍ଦ ରାଉତ, ଅଶୋକ କୁମାର ଦାସ, ଆଶ୍ରମର

ସେକ୍ରେଟାରୀ, ନିଶିକାନ୍ତ ସୂତାର, ନୀଳମଣି ସୂତାର ପ୍ରମୁଖ ଉପସ୍ଥିତ ରହି ଶ୍ରେୟାଶ୍ରୀଙ୍କୁ ଜନ୍ମଦିବସର ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।ଆଶ୍ରମରେ ରହୁଥିବା ଶିଶୁମାନଙ୍କ ସହ ଜନ୍ମଦିବସ ପାଳନ କରିବା ଫଳରେ ସେମାନଙ୍କ ମୁହଁରେ ଦେଖାଯାଇଥିବା ଖୁସି ଓ ଆନନ୍ଦ ଏହି ଆୟୋଜନକୁ ଆହୁରି ସ୍ମରଣୀୟ କରିଦେଇଥିଲା। ଏହି ନିଆରା ପ୍ରୟାସ ସମାଜକୁ ଏକ ସକାରାତ୍ମକ ବାର୍ତ୍ତା ଦେଇଛି ଯେ, ବିଶେଷ ଦିନଗୁଡ଼ିକୁ କେବଳ ଆଡମ୍ବରରେ ନୁହେଁ, ବରଂ ମାନବସେବା ଓ ଅସହାୟଙ୍କ ମୁହଁରେ ହସ ଫୁଟାଇ ପାଳନ କରାଯାଇପାରେ।ଶ୍ରେୟାଶ୍ରୀଙ୍କ ୯ମ ଜନ୍ମଦିବସର ଏହି ମହତ୍ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ। ତାଙ୍କ ପରିବାରର ଏହି ସାମାଜିକ ଚିନ୍ତାଧାରା ଓ ମାନବିକତାକୁ ସମସ୍ତେ ପ୍ରଶଂସା l
