ଜିଲ୍ଲା ସଭାପତି ଭାବରେ ଶକ୍ତି ପ୍ରଦର୍ଶନ କଲେ ରାଜେନ୍ଦ୍ର

ଖୋର୍ଦ୍ଧା:୦୫/୦୬/୨୬:- ରାଜ୍ୟ ରେ ବିଜେପି ର ଡବଲ ଇଞ୍ଜିନ ସରକାର ଦୁଇ ବର୍ଷ ପାଳନ କରୁଛି। ଅନ୍ୟ ପକ୍ଷ ରେ ସାରାରାଜ୍ୟ ରେ ମୁଖ୍ୟ ବିରୋଧୀ ଦଳ ବିଜେଡି ନାରୀ ମାନଙ୍କ ବିରୁଦ୍ଧରେ ବଢୁଥିବା ଅତ୍ୟାଚାର, ଦରଦାମ୍ ବୃଦ୍ଧି ବିରୁଦ୍ଧରେ ସମାବେଶ, ଶୋଭାଯାତ୍ରା ଆୟୋଜନ କରୁଛି। ଏହି ପରିପେକ୍ଷୀରେ ରେ ଖୋର୍ଦ୍ଧାରେ ବିଜେଡିର ବିଶାଳ ମହିଳା ସମାବେଶ ଆୟୋଜିତ ହୋଇଛି। ଜିଲ୍ଲା ବିଜେଡି ସଭାପତି ରାଜେନ୍ଦ୍ର କୁମାର ସାହୁଙ୍କ ନେତୃତ୍ୱ ରେ ହଜାର ହଜାର ମହିଳା ଓ ରାଜ୍ୟର ବରିଷ୍ଠ ନେତୃ ମଣ୍ଡଳୀ ଏକାଠି ହୋଇଛନ୍ତି। ଖୋର୍ଦ୍ଧା ପୌର ପରିଷଦ, ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକ ଜ଼ିଲ୍ଲା ର ବେଗୁନିଆ, ବୋଲଗଡ, ଚିଲିକା, ଜଟଣୀ, ର ବିଭିନ୍ନ ଅଞ୍ଚଳ ରୁ ବିଜେଡି ନେତା, କର୍ମୀ ସମସ୍ତେ ଗୀତା ଭବନ ପଡ଼ିଆ ରେ ଏକାଠି ହୋଇଥିଲେ। ସେଠାରୁ ଏକ ବିରାଟ ଶୋଭାଯାତ୍ରା ରେ ରାଜ୍ୟ ସଭା ସାଂସଦ ସୁଲତା ଦେଓ,ବେଗୁନିଆ ବୋଲଗଡ ବିଧାୟକ ପ୍ରଦୀପ କୁମାର ସାହୁ,ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି କ୍ୟାପଟେନ ମନ୍ମଥ କୁମାର ରାଉତରାୟ,ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ , ରାଜ୍ୟ ଯୁବ ବିଜେଡି ସଭାପତି ଚିନ୍ମୟ କୁମାର ସାହୁ, ଛାତ୍ର ବିଜେଡି ସଭାନେତ୍ରୀ ଇପିଶିତା ସାହୁ, , ବିଜେଡି ମହିଳା ଉପ ସଭାନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର, ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ,ବେଗୁନିଆ ବ୍ଲକ ଅଧକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ବୋଲଗଡ଼ ଅଧକ୍ଷ ଉଲ୍ଲାସ ପ୍ରଧାନ, ଟାଙ୍ଗୀ ବ୍ଲକ ଅଧକ୍ଷ ସୁଶ୍ରୀ ରିସନା ମାନ୍ଧାତା, ମିଟୁ ସାହୁ,ଶୁଭାକାନ୍ତ ମହାପାତ୍ର, ସତ୍ୟପ୍ରକାଶ ସାହୁ, ଅମିତ କୁମାର ଦାସ, ବିରଞ୍ଚି ନାରାୟଣ ଜେନା, ଅମୀୟ ମହାନ୍ତି, ନାଗଭୂଷଣ ଜେନା, ଅନିଲ ଅଗ୍ରୱାଲ, ପ୍ରବୀଣା ଜଗଦେବରୟ, ଅଜିତ କୁମାର ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ସହ ଅନ୍ୟ ନିର୍ବାଚନ ମଣ୍ଡଳୀ ରୁ ହଜାର ହଜାର ସଂଖ୍ୟାରେ ଯୁବ, ଛାତ୍ର, ମହିଳା, କର୍ମୀ, ଜନ ସାଧାରଣ ଏକାଠି ହୋଇ ନବୀନ ପଟ୍ଟନାୟକ ତୁମେ ଫେରିଆସ, ମୋହନ ମାଝୀ ଙ୍କ ସରକାର ବିରୁଦ୍ଧରେ ସ୍ଲୋଗାନ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲେ।ଏହି ଅବସରରେ ରାଜ୍ୟ ଓ ଜ଼ିଲ୍ଲା ନେତୃ ମଣ୍ଡଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁବ ବିଜେଡି ଉପ ସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା ଙ୍କ ପୌରହିତ୍ୟରେ ଆୟୋଜିତ ସମାବେଶ ରେ ସମସ୍ତ ନେତୃତ୍ୱ ରାଜ୍ୟ ସରକାରଙ୍କ ବିରୁଦ୍ଧ ରେ ବିକ୍ଷୋଭ ପଦର୍ଶନ କରିଥିଲେ । ରାଜ୍ୟରେ ନାରୀ ଅସୁରକ୍ଷିତ, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ, ଦରଦାମ ରେ ଅଣନିୟନ୍ତ୍ରିତ, ବୃଦ୍ଧ , ବୃଦ୍ଧା, ଭିନ୍ନକ୍ଷମ, ଙ୍କୁ ଭତ୍ତା ପ୍ରଦାନ ନ କରିବା , ଆଞ୍ଚଳିକ ସମସ୍ୟା କ୍ଷେତ୍ରରେ ସରକାର ଙ୍କ ବିଫଳତା, ବିଦ୍ୟୁତ୍ ଦର ବୃଦ୍ଧି, ବିଭ୍ରାଟ, କ୍ୟାବିନ ବ୍ୟବସାୟୀ ଙ୍କୁ

ଥଇଥାନ ଏସବୁକୁ ମୁଦ୍ଦା କରି ଆଜି ଜିଲ୍ଲା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।। ଏହି ଅବସର ରେ କିଛି ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବିଜେଡି ର ସଭାପତି ରୂପେ ନିଯୁକ୍ତି ପାଇଥିବା ରାଜେନ୍ଦ୍ର କୁମାର୍ ସାହୁ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ। ପ୍ରଚଣ୍ଡ ରୌଦ୍ରତାପ କୁ ଭ୍ରୁକ୍ଷେପ ନ କରି ମହିଳା ଓ କର୍ମୀ ମାନେ ପ୍ରାୟ ୨କିମି ଚାଲି ଚାଲି ବିଜେପି ସରକାର ବିରୁଦ୍ଧରେ ସ୍ଲୋଗାନ ଦେବା ସହ ନବୀନ ପଟ୍ଟନାୟକ ଫେରିଆସ ସ୍ଲୋଗାନ ଦେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସମ୍ମୁଖରେ ପହଞ୍ଚି ଥିଲେ।ନାରୀମାନଙ୍କର ଅଧିକାର ପାଇଁ ନାରୀମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁ ବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ । ପଞ୍ଚାୟତରାଜ ସଂସ୍ଥାଠାରୁ ଆରମ୍ଭ କରି ସରକାରୀ ଚାକିରୀ କ୍ଷେତ୍ରରେ ୩୩ ପ୍ରତିଶତ ସ୍ଥାନ ମହିଳାମାନଙ୍କ ପାଇଁ ସଂରକ୍ଷଣ ଭଳି ସାହସିକ ପଦକ୍ଷେପ ନେଇ ବିଜୁବାବୁ ଇତିହାସ ସୃଷ୍ଟି କରିଯାଇଛନ୍ତି । ବିଜୁ ବାବୁଙ୍କ ଆଦର୍ଶରେ ନବୀନ ବାବୁଙ୍କ ସରକାର ପଞ୍ଚାୟତରାଜ ଓ ପୌରସଂସ୍ଥାରେ ମହିଳା ସଂରକ୍ଷଣକୁ ୫୦ ପ୍ରତିଶତ ବୃଦ୍ଧି କରିଥିଲେ । ଏହି ଅବସରରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଖୋର୍ଦ୍ଧା ମୁନିସିପାଲିଟି ର ବହୁ କାଉନସେଲର,ଖୋର୍ଦ୍ଧା, ଟାଙ୍ଗୀ, ବେଗୁନିଆ, ବୋଲଗଡ, ଜଟଣୀ, ବାଣପୁର, ଚିଲିକା ବ୍ଲକ, ବାଣପୁର, ବାଲୁଗାଁ ବିଜ୍ଞାପିତ ଅଂଚଳ ପରିଷଦ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ର ବହୁ ବିଜୁ ପ୍ରେମୀ ଓ ମିଶନ ଶକ୍ତି ମା ମାନେ ଯୋଗଦେଇଥିଲେ। ଆଗକୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ବିଜେଡି ଜ଼ିଲ୍ଲା ବିଜେଡି ସଭାପତି, କାର୍ଯ୍ୟକାରୀ ସଭାପତି ଙ୍କ ସହ ବିଜେଡି ର ତୁଙ୍ଗ ନେତା ଏବଂ ନେତ୍ରୀ ବୃନ୍ଦ ମଧ୍ୟ ଚେତାବନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *