ପ୍ରଶାସନ ପକ୍ଷରୁ ପେଟ୍ରୋଲ ପମ୍ପ ଯାଞ୍ଚ
ପ୍ରଶାସନ ପକ୍ଷରୁ ପେଟ୍ରୋଲ ପମ୍ପ ଯାଞ୍ଚ।ପୁରୀ ୧୬/୫ ଆଜି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ. ଶରତ ଚନ୍ଦ୍ର ମହାପାତ୍ର ପୁରୀ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଗୁଡିକୁ ତନଖି କରିଥିଲେ।ସେମାନଙ୍କ ଷ୍ଟକ ଯାଞ୍ଚ ସହ ଗ୍ରାହକ ଙ୍କୁ କିପରି ଭାବେ ପେଟ୍ରୋଲ ଓ ଡିଜେଲ ପ୍ରଦାନ କରାଯାଉଛି ତାହାକୁ ଅନୁଧ୍ୟାନ କରିଥିଲେ।ସଠିକ ଭାବେ ଲୋକ ମାନ ଙ୍କୁ ସେବା ଯୋଗାଇବା,

କଳାବଜାର ନ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦେବା ସହ ମୁଖ୍ୟ ଯୋଗାଣ ଅଧିକାରୀ ଏହା ଉପରେ କଡା ନଜର ରଖିବାକୁ ପରାମର୍ଶ ଦେଇଥିଲେ।ଯାଞ୍ଚ ସମୟରେ ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ସେହିପରି ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଓ ଜିଲ୍ଲାର ସମସ୍ତ ତହସିଲଦାର ସହକାରୀ ଯୋଗାଣ ଅଧିକାରୀ, ମାର୍କେଟିଂ ଇନିସପେକ୍ଟର ଓ ପୋଲିସ ଅଧିକାରୀ ଙ୍କ ଉପସ୍ଥିତି ରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲ ପମ୍ପ ତନଖି ସହ ଅନୁରୂପ ନିର୍ଦ୍ଦେଶ ଦିଆଯାଇଥିଲା।
