ସମାଜସେବୀ କଵି କୃଷ୍ଣ ଜଗଦ୍ଦେବଙ୍କ ରଚିତ କବିତା କୁସୁମାଞ୍ଜଳି ହର୍ଷ ଉଲ୍ଲାସ ପରିବେଶରେ ପାଠକାର୍ପିତ

ସମାଜସେବୀ କଵି କୃଷ୍ଣ ଜଗଦ୍ଦେବଙ୍କ ରଚିତ କବିତା କୁସୁମାଞ୍ଜଳି ହର୍ଷ ଉଲ୍ଲାସ ପରିବେଶରେ ପାଠକାର୍ପିତ

ବହୁ ପ୍ରତୀକ୍ଷିତ ସମାଜସେବୀ କବି କୃଷ୍ଣ ଜଗଦ୍ଦେବଙ୍କ ରଚିତ କବିତା କୁସୁମାଞ୍ଜଳି ଆଜି ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପ୍ରେକ୍ଷାଳୟ ରେ ପାଠକାର୍ପିତ ହୋଇଯାଇଛି l ଉକ୍ତ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କବିତା କୁସୁମାଞ୍ଜଳିର କଵି କୃଷ୍ଣ ଜଗଦ୍ଦେବ ଆଧ୍ୟାତ୍ମିକ ଦେଶଭକ୍ତି ଓ ସମାଜର ବିଭିନ୍ନ ସମସ୍ୟା ନେଇ ଯେଉଁ ସବୁ ବିଷୟର ଉପସ୍ଥାପନା କରିଛନ୍ତି

ସେ ସବୁ ଉତ୍ତରପିଢ଼ି ପାଇଁ ପ୍ରେରଣାପ୍ରଦ ହେବ ll ସମ୍ମାନିତ ଅତିଥି ଭାବରେ ପ୍ରଫେସର ବସନ୍ତ କୁମାର ପଣ୍ଡା, ବିଶିଷ୍ଟ ସାହିତ୍ୟିକ ତଥା ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ, କଵି ରକ୍ଷକ ନାୟକ, ପୁରୀର ପୂର୍ବତନ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ କବିତା କୁସୁମାଞ୍ଜଳି ପୁସ୍ତକର ସମୀକ୍ଷା କରି ଏହାର ଉଚ୍ଚ ପ୍ରଶଂସା କରିଥିଲେ ll
ପ୍ରାରମ୍ଭରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭବ୍ୟ ସ୍ୱାଗତ କରାଯାଇ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ନିଆଯାଇଥିଲା lସେଠାରେ ଶ୍ରୀ ପ୍ରଧାନ ପ୍ରତିମୂର୍ତ୍ତିରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ l
ସଭାକକ୍ଷରେ କବି ଶ୍ରୀ ଜଗଦ୍ଦେବ ସ୍ୱରଚିତ କବିତା କୁସୁମାଞ୍ଜଳି ପୁସ୍ତକ ପାଠକୀୟ ସ୍ୱୀକୃତି ପାଇ ସମାଜ କଲ୍ୟାଣରେ ଲାଗିଲେ, ସେ ଆନନ୍ଦିତ ହେବେ ବୋଲି କହିଥିଲେ lସୃଜନ ପ୍ରକାଶକ ଶ୍ରୀ ସୁଧୀର ମଉଡମଣୀ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମକୁ ଅଭିନନ୍ଦନିକାର ସମ୍ପାଦକ ଶ୍ରୀ ଶ୍ୟାମପ୍ରକାଶ ସେନାପତି ସଂଚାଳନ କରିଥିବା ବେଳେ ପୁରୀ ତଥା ସାରା ଜିଲ୍ଲାରୁ ତିନି ଶହରୁ ଉର୍ଦ୍ଧ୍ବ ବୁଦ୍ଧିଜିଵୀ ଓ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗଦାନ କରି ଏହି ଉତ୍ସବକୁ ଗୌରବମଣ୍ଡିତ କରିଥିଲେ ll

Leave a Reply

Your email address will not be published. Required fields are marked *