ଛତିଆ ଜରାଶ୍ରମ ରେ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳନ
ଛତିଆ ଜରାଶ୍ରମ ରେ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳନ.ବଡ଼ଚଣା :ଯାଜପୁର ଜିଲ୍ଲା ଛତିଆ ସ୍ଥିତ ସେବକ ଜରାଶ୍ରମରେ ଆର୍ଟ ଅଫ ଗିଭିଙ୍ଗ ଦିବସ ପାଳିତ ହୋଇଯାଇଛି। କିଟ ଓ କିସ ଅନୁଷ୍ଠାନର କର୍ମଚାରୀ ମାନେ ଜରାଶ୍ରମରେ ପହଂଚି ଅନ୍ତେବାସୀଙ୍କ କଥା ପଚାରି ବୁଝିଥିଲେ। ଏଥିସହ ରନ୍ଧା ଖାଦ୍ୟ ବଣ୍ଟନ କରିଥିଲେ।କିଟ,କିସ ଓ କଳିଙ୍ଗ ଟିଭିର ପ୍ରତିଷ୍ଠାତା ତଥା କନ୍ଧମାଳର ପୂର୍ବତନ ସାଂସଦ ପ୍ରଫେସର ଡ଼. ଅଚ୍ୟୁତ ସାମନ୍ତଙ୍କ ପ୍ରୟାସରେ ଏହି ଦିବସ ଭାରତ ସମେତ ବିଶ୍ବର ଅନେକ ଦେଶରେ ୨୦୧୩ ମସିହାରୁ ପାଳିତ ହୋଇଆସୁଛି। ଚଳିତ ବର୍ଷ ଏହା ୧୩ତମ ସଂସ୍କରଣରେ ପହଞ୍ଚିଛି। ସମସ୍ତଙ୍କ ମଧ୍ୟରେ ସ୍ନେହ, ଶ୍ରଦ୍ଧା ଓ ସଂପ୍ରିତି ଭାବ ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ପରେ ଚଣ୍ଡିଖୋଲ ନିକଟ ଧାନମଣ୍ଡଳ ମେଲଣ ପଡିଆରେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କ୍ରୀଡାବିତ ମାନଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ପୋର୍ଟ୍ସ କିଟ, ଟିସାର୍ଟ, ଟୋପି ଆଦି ଉପହାର ପ୍ରଦାନ କରଯାଇଥିଲା।
