ରଥଯାତ୍ରା ଅବସରରେ ନଗର ଉନ୍ନୟନ ବିଭାଗ ର ସମୀକ୍ଷା ବୈଠକ ଅନୁଷ୍ଠିତ

ପରିବେଶ ଅସ୍ବଛ କରିଲେ ନିୟମ ଅନୁସାରେ ଫାଇନ କରାଯିବପୁରୀ ୬/୬ ରଥଯାତ୍ରା ରେ ନଗର ଉନ୍ନୟନ ବିଭାଗ ପାଇଁ ଅନେକ ଆହ୍ୱାନ ରହିଥାଏ।ଏହାକୁ ସମ୍ମିଳିତ ଭାବେ କାର୍ଯ୍ୟ କରି,ଉନ୍ନତ ସେବା ଯୋଗାଇ ଶୃଙ୍ଖଳିତ ରଥଯାତ୍ରା କୁ ସଫଳ କରିବା ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ। ଆଗାମୀ ରଥଯାତ୍ରା ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ର ପ୍ରସ୍ତୁତି ଓ ପରିଚାଳନା ସମ୍ପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ନ ରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏଥିରେ ସମସ୍ତଙ୍କୁ ସ୍ବାଗତ କରିବା ସହ ରଥଯାତ୍ରା ଅବସରରେ ବଡଦାଣ୍ଡ ଓ ପୁରୀ ସହରରେ ଗ୍ରହଣ କରାଯାଇଥିବା ଓ ରଥଯାତ୍ରା ପାଇଁ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ।ରଥଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ଯାତ୍ରୀ ମାନଙ୍କ ସୁସ୍ଥ ଓ ସୁରକ୍ଷିତ ଦର୍ଶନ ପାଇଁ ନଗର ଉନ୍ନୟନ ବିଭାଗ ଏକ ପ୍ରମୁଖ ମାଧ୍ୟମ।ସହରକୁ ସଫା ସୁତୁରା ରଖିବା, ସୁସ୍ଥ ପରିବେଶ ସୃଷ୍ଟି କରିବା,ଶୌଚାଳୟ ବ୍ୟବସ୍ଥା କରିବା,ପାର୍କିଂ, ଆଲୋକିକରଣ ଇତ୍ୟାଦି ସମସ୍ତ କାର୍ଯ୍ୟ ର ସୁପରିଚାଳନା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ।ପୁରୀ ମହାନଗର ନିଗମର କମିଶନର ସ୍ନେହା ଅରୁଗୁଳା କାର୍ଯ୍ୟସୂଚୀ ଅନୁସାରେ ପୁରୀ ମହାନଗର ନିଗମର ବିବିଧ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ।ସର୍ବାଧିକ ଗୁରୁତ୍ୱ ସ୍ବଛତା ଉପରେ ଦିଆଯିବା ସହ ସମସ୍ତ ନାଗରିକ ମାନଙ୍କୁ ସଚେତନ କରାଯିବ।କେହି ସ୍ବଛତା ନିୟମ ଉଲ୍ଲଙ୍ଘନ କରୁଥିଲେ ତାଙ୍କୁ ଫାଇନ କରାଯିବ।ଲଗାତାର ଏନଫୋର୍ସମେଣ୍ଟ କରାଯିବ,୩୦ ଜୁନ ସୁଦ୍ଧା ସମସ୍ତ ଡ୍ରେନ ରେ ସ୍ଲାବ ପଡିବ,ଜବରଦଖଲ ଉଛେଦ ସହ ସ୍ବଛତା ପ୍ରତି ଏନଫୋର୍ସମେଣ୍ଟ ଟିମ ଦୃଷ୍ଟି ଦିଆଯିବ।ଅଧିକ ଲୋକ ଲଗାଯାଇ ପୁରା ସହରକୁ ନିରବଚ୍ଛିନ୍ନ ପରିଷ୍କାର ପରିଛନ୍ନତା ରଖାଯିବ । ପାର୍କିଂ ସ୍ଥଳ ଉନ୍ନତି ସହ ସେଠାରେ ଡ୍ରାଇଭର ବିଶ୍ରାମ ସ୍ଥାନ, ରଥଯାତ୍ରା ରେ ଅଧିକ ଶୌଚାଳୟ ର ବ୍ୟବସ୍ଥା କରାଯିବ।ଡ୍ରେନ ସଫା ତ୍ବରାନ୍ବିତ କରାଯାଇଛି,ରାସ୍ତା ରେ ବୁଲୁଥିବା ଗୋରୁ ଗାଈ ମାନଙ୍କୁ ଗୋଶାଳା ଅବା କାଞ୍ଜିଆହୁଦା ରେ ରଖାଯିବ, ବର୍ଷା ହେଲେ ଯେଉଁ ଠାରେ ଜଳ ଜମିବା ଆଶଙ୍କା ରହୁଛି ତାହାକୁ ଚିହ୍ନଟ ସହ ତ୍ବରିତ ଜଳ ନିଷ୍କାସନ ବ୍ୟବସ୍ଥା କରିବା,ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପମ୍ପ ରଖାଯିବ,ହୋଟେଲ ମାନଙ୍କୁ ସଚେତନ କରାଯାଇ ସ୍ବଛତା କୁ ଗୁରୁତ୍ୱ ଦିଆଯାଉଛି।

ଚଳିତ ରଥଯାତ୍ରା ରେ ବଡଦାଣ୍ଡରେ ଆଦୌ ରନ୍ଧା ଖାଦ୍ୟ ଦିଆଯିବ ନାହିଁ।ଗଳି ମାନଙ୍କ ରେ ନିର୍ଦ୍ଦିଷ୍ଟ ସ୍ଥାନ ମାନଙ୍କ ରେ ଅନ୍ନଦାନ ବ୍ୟବସ୍ଥା କରାଯିବ ଯାହା ଫଳରେ ପରିବେଶ ଅସ୍ବଛ ରହିବ ନାହିଁ,ବିଭିନ୍ନ ସାଇନଏଜ ବା ସୂଚନା ଫଳକ ଲଗାଯାଇ ଖାଦ୍ୟ, ପାନୀୟ, ଚିକିତ୍ସା ଇତ୍ୟାଦି ସମ୍ପର୍କରେ ଲୋକ ଙ୍କୁ ସୂଚିତ କରାଯିବ,ପାନୀୟ ଜଳର ବ୍ୟବସ୍ଥା କରିବା, ଅସୁରକ୍ଷିତ ବିଲ୍ଡିଂ କୁ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେବା ସମ୍ପର୍କରେ ଆଲୋଚନା କରାଯାଇଥିଲା।ସମୀକ୍ଷା ବୈଠକରେ ଏସପି ପ୍ରତୀକ ସିଂ,ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ସ୍ବତନ୍ତ୍ର ସଚିବ ବିନୟ କୁମାର ଦାସ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ରାମ ନାରାୟଣ ଗୋଛିକାର,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ମହାନଗର ନିଗମର ଯୁଗ୍ମ ସଚିବ ଅଭିମନ୍ୟୁ ବେହେରା, ପିକେଡିଏ ସେକ୍ରେଟାରୀ ଦିଲ୍ଲୀପ କୁମାର ମହାରଣା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ, ଜିଲ୍ଲାପାଳ,ମହାନଗର ନିଗମ କମିଶନର, ଯୁଗ୍ମ କମିଶନର ଓ ଅନ୍ୟ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *