ଡିଜେଲ ପାଇଁ ଚାଷକାର୍ଯ୍ୟ ଠପ।
ରଘୁନାଥପୁର ତା ୧୭/୫—-ମଧ୍ୟପ୍ରାଚ୍ୟ ଯୁଦ୍ଧପାଇଁ ଭାରତରେ ଦେଖାଦେଇଛି ତୈଳସଂଙ୍କଟ।ଏହି ସଂଙ୍କଟ ଏବେ ଆଗକୁ ଆହୁରି ଉତ୍କଷ୍ଟ ହେବାର ସମ୍ଭାବନା ରହିଛି।ଏହାରି ଭିତରେ ସରକାର ତୈଳସଂଙ୍କଟକୁ ହ୍ରାସକରିବା ପାଇଁ ଅହରହ ଚେଷ୍ଟା ଚଳାଇଛନ୍ତି।ଏହାର ପ୍ରଭାବ ରେ ସଗ୍ରଭାରତରେ ବାଣିଜ୍ୟ କାରବାର ପ୍ରଭାବିତ ହେବାସହିତ ଚାଷକାଯ୍ୟ ମଧ୍ୟ ବହୁମାତ୍ରାରେ ପ୍ରଭାବିତ ହୋଇଛି।ଏହି କ୍ରମରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଞ୍ଚଳର ଚାଷକାର୍ଯ୍ୟ ଏକପ୍ରକାର ଠପ ହୋଇପଡିଛି।ଏହି ଅଞ୍ଚଳରେ ବିଭିନ୍ନ ପେଟ୍ରୋଲ ଟାଙ୍କିରେ ଗାଡିଧରି ଲମ୍ବାଲାଇନରେ ଘଣ୍ଟାଘଣ୍ଟାଧରି ଲୋକମାନେ ଠିଆହୋଇ ହତାସ ହୋଇପଡୁଥିବାବେଳେ ଚାଷୀଙ୍କୁ କିନ୍ତୁ ଡିଜେ ଜାରରେ ଦେଉନାହିଁ ଟାଙ୍କି।ଯାହାଫଳରେ ବିଲରେ ହୋଇଥିବା ପନିପରିବା ଚାଷ ପାଣିବିନା ସୁଖିନଷ୍ଟହୋଇ ଗଲାଣି।ହଜାରହଜାର ଟଙ୍କା ଖର୍ଚ୍ଚ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ଯେଉଁ ଫସଲ ଚାଷୀ ଉତ୍ପାଦନ କରିଥାନ୍ତା ଏବେ ତାହା ନଷ୍ଟହୋଇଯାଇଛି।

ତାହାର ଭରଣା କରିବ କିଏ ବୋଲି ବିଦ୍ୟାଧରପୁର ଗ୍ରାମର ସମାଜସେବୀ ରହିମ ଖାଁ ପ୍ରଶ୍ନଉଠାଇଛନ୍ତି।ସେହିପରି ଡିଜେଲ ଜାରରେ ନମିଳିବାରୁ ପାୱାରଟିଲରେ ଖରିଫଚାଷ ମଧ୍ୟ ହେଇପାରୁନାହିଁ।ଯାହାକୁ ନେଇ ଚାଷୀ ଏବେ ଘୋର ସଂଙ୍କଟରେ ପଡିଛି।ଏହି ସମସ୍ୟାକୁ ଦୂରକରିବାପାଇଁ ଜିଲ୍ଲାପ୍ରଶାସନ ଚାଷୀ ମାନଙ୍କ ପାଇଁ ଅତିବେଶିରେ ୫ଲିଟର ଡିଜେଲ ଜାରରେ ଦେବାପାଇଁ ରଘୁନାଥପୁର ଅଞ୍ଚଳରେଥିବା ସମସ୍ତ ପେଟ୍ରୋଲ ଟାଙ୍କିକୁ ନିର୍ଦେଶ ଦେବାପାଇଁ ସମାଜ ସେବୀ ଶ୍ରୀ ଖାଁ ଜିଲ୍ଲା ପ୍ରଶାସନ ନିକଟରେ ଦାବୀକରିଥିବାବେଳେ ଏହି ବ୍ଲକ ଧରାଧରପୁର ବସନ୍ତା ଗ୍ରାମରର ଯୁବଚାଷୀ ପ୍ରିୟରଂଜନ ସାହାଣୀ କହିଛନ୍ତି ଚାଷୀ ମାନେ କଣ ମଟର ପମ୍ପ,ପାୱାରଟିଲର କୁ ମୁଣ୍ଡେଇ କି ପେଟ୍ରୋଲପମ୍ପକୁ ନେବେ। ଯଦି ଚାଷୀମାନଙ୍କ ପାଇଁ ଜାରରେ ଡିଜେଲ ବ୍ୟବସ୍ଥା ପ୍ରଶାସନ ନ କରନ୍ତି ତେବେ ହାଜାରହଜାର ଚାଷୀ ରାଜରାକୁ ଓଲ୍ଲାଇ ବେ ବୋଲି ପ୍ରଶାସନକୁ ଶ୍ରୀ ସାହାଣୀ ଚେତାବନୀ ଦେଇଛନ୍ତି।
