ପୂର୍ବତନ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ
ପୁରୀ ଜିଲ୍ଲା ନିମାପଡ଼ା ସହିଦ୍ ସ୍ମୃତି ସଂସଦ ପକ୍ଷରୁ ନିମାପଡ଼ା ଟାଉନ୍ ହଲ୍ ପରିସରରେ ଓଡ଼ିଶାର ବିଶିଷ୍ଠ ସ୍ୱାଧୀନତା ସଂଗ୍ରାମୀ ତଥା ନିମାପଡାର ଗାନ୍ଧୀ ଭାବେ ପରିଚିତ ପୂର୍ବତନ ରାଜ୍ୟସଭା ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି।ଏହି ଅବସରରେ ସହିଦ୍ ସ୍ମୃତି ସଂସଦ ସଭାପତି ପୂର୍ବତନ ମନ୍ତ୍ରୀ ତଥା ବିଜେପି ରାଜ୍ୟ ମୁଖପାତ୍ର ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରାଦ୍ଧ ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀ ଇତିହାସରେ ଭବାନୀ ବାବୁଙ୍କର ଅବଦାନ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ପରେ ରାମ ଧୁନ ଗାନ, ପଟଚିତ୍ରରେ ଶ୍ରାଦ୍ଧ ସୁମନ ଅର୍ପଣ ସହ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀଙ୍କ ଦ୍ୱାରା ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଗାନ୍ଧୀ ବାଦି ତଥା ସମାଜସେବୀ ଦାସ ବେନୁହୁର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଭବାନୀ ବାବୁଙ୍କ ଶ୍ରାଦ୍ଧ ଦିବସକୁ ନିମାପଡ଼ା ପ୍ରେରଣା ଦିବସ ରୂପେ ଘୋଷଣା କରାଯାଇଥିଲା ବାଇଟି – ଦାସ ବେନୁର, ସମାଜସେବୀ ତଥା ଗାନ୍ଧିବାଦୀ ନେତା I
