ହଲିଉଡ୍ ଫିଲ୍ମ ପ୍ରଚ୍ଛଦରେ ଓଡ଼ିଆ ପୁଅଙ୍କ କମାଲ

ଗୋପ- ହଲିଉଡ୍ ଫିଲ୍ମ ରଙ୍ଗୀନ ପରଦା ପଛରେ କମାଲ କରୁଛନ୍ତି ଓଡ଼ିଆ ପୁଅ ରାଜେଶ ପରିଡ଼ା । ପୁରୀ ହେଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଚେଙ୍ଗେଇଲୋ ଗ୍ରାମରେ ତାଙ୍କର ଜନ୍ମ । ବାପା ଅଶୋକ ପରିଡ଼ା ଆଉ ମା’ ସବିତା ପରିଡାଙ୍କ ପୁଅ । ସେ ଆନିମେସନ ଆଉ ମଲ୍ଟିମିଡ଼ିଆରେ ଡିପ୍ଲୋମା ଶେଷ କରି ‘ଭିଏଫ୍ଏକ୍ସ ଆର୍ଟିଷ୍ଟ’ ଭାବରେ ପ୍ରଥମେ ବଲିଉଡ଼ ସିନେମାରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ବଲିଉଡ଼ ସିମେମା ରେସ୍-୩, ଜିରୋ, ସରଦାର, ଆଦିପୁରୁଷ, ଟଲିଉଡ୍ ସିନେମା ‘ସୁଲ୍ୟା ଦ ସୋଲଡର’, ପୁସ୍ପା-୨ ଭଳି ମରାଠୀ ସିନେମା ଆଦିରେ ନିଜର କୌଶଳ କାମ ଦେଖାଇଛନ୍ତି ।

ଏହିପରି ଅନେକ ପରଦାର ସିନେମାରେ କାମ କରି ବହୁ ସଫଳତା ହାସଲ କରିଛନ୍ତି । ଏବେ ସେ ନେଟଫ୍ଲିକ୍ସ ପ୍ରସାରିତ ହଲିଉଡ଼ ସିନେମା ଏକ୍ସଟେରିଟୋରିଆଲରେ ଭିଏଫ୍ଏକ୍ସ ଆର୍ଟିଷ୍ଟ ଭାବେ କାମ କରିଛନ୍ତି । ଯାହାକି ରିଲିଜ ହେଇସାରିଛି। ଅଳ୍ପ ବୟସରେ ଅନେକ ସିନେମାରେ ପରଦା ପ୍ରଚ୍ଛଦ ପଟର ନାୟକ ସାଜି ବହୁ ସଫଳତା ପାଇଛନ୍ତି। ରଙ୍ଗୀନ ପରଦାର ସେ ଜଣେ ଭିଏଫଏକ୍ସ ଆର୍ଟିଷ୍ଟ । ଦୃଶ୍ୟ ଚିତ୍ର ଗୁଡିକର ଉପଯୁକ୍ତ ସମ୍ପାଦନା କରି ସିନେ ଜଗତରେ ରାଜେଶ ବହୁ ପ୍ରଶଂସା ଅର୍ଜନ କରିଛନ୍ତି ।

Leave a Reply

Your email address will not be published. Required fields are marked *