ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ୨୦୨୬

ପୁରୀ, ଅମଲା କ୍ଲବ ନିକଟସ୍ଥ ବିଜି ବିଜ୍ ଏକାଡେମୀ ପରିସରରେ ପିଲାଙ୍କ ଖବର କାଗଜ ଶିଶୁ ସମାଚରର ଉନବିଂଶ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ବିଦ୍ୟାଳୟ ସ୍ତରୀୟ ଆମ କୁନି ରାଣୀ, କୁନି ରାଜା ଏବଂ ଆବାକସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ପ୍ରଦାନ କରାଯାଇ ସ୍ୱାଗତ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ଚକ୍ରଧର ମହାପାତ୍ର ଯୋଗ ଦେଇ କୁନି କୁନି ଶିଶୁମାନଙ୍କୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ଓ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ଶିଶୁ ସମାଚାର ଏକ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି କହିବା ସହ ଏହା ଆଗକୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆହୁରି ଭିନ୍ନ ଭିନ୍ନ କାର୍ଯ୍ୟ କରିବ ବୋଲି କହିଥିଲେ। ଅନ୍ୟତମ ବରେଣ୍ୟ ଅତିଥି ଭାବେ କୁମାର ଉତ୍ସବ ସମିତିର ସଂପାଦକ ସ୍ୱାଧୀନ ପଣ୍ଡା, ଶ୍ରୀ ଜଗନ୍ନାଥ ଭକ୍ତ ସମାଜ ସଂପାଦକ ଡ. ଶଶିକାନ୍ତ ରଥ, ବିଜି ବିଜ୍ ଏକାଡେମୀର ନିର୍ଦ୍ଦେଶକ ଦେବଶ୍ରୀତ ମହାନ୍ତି,ବରିଷ୍ଠ ସାମ୍ବାଦିକ ନାରାୟଣ ଦାଶ୍ ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠିତ ଆମ କୁନି ରାଣୀ ଓ କୁନି ରାଜା ପ୍ରତିଯୋଗିତାର ବିଚାରକ ଭାବେ ଶିକ୍ଷାବିତ୍ ରେଣୁକା ମିଶ୍ର, କଳାକାର ମମତା ଦଶ, ସାମ୍ବାଦିକା ରାଜଶ୍ରୀ ସାହୁ, ନୃତ୍ୟଗୁରୁ ମନସ୍ମିତା ସାହୁ, ଆବାକସ ପ୍ରତିଯୋଗିତାରେ ଶ୍ରୀମତୀ ଚନ୍ଦନା , ଶିକ୍ଷୟିତ୍ରୀ ବର୍ଷାରାଣୀ ସାହୁ,କାଜଲ ମହାନ୍ତି ଯୋଗ ଦେଇଥିଲେ ।

ଆମ କୁନି ରାଣୀ ଭାବେ ସାରସ୍ଵତ ବିଦ୍ୟାନିକତନର ଛାତ୍ରୀ ଅପର୍ଣ୍ଣା ରଥ, କୁନି ରାଜା ଭାବେ ମଦର୍ସ ପବ୍ଲିକ ସ୍କୁଲର ଛାତ୍ର ମାଷ୍ଟର ଦକ୍ଷ ଯୋଗ୍ୟ ବିବେଚିତ ହୋଇଥିବା ବେଳେ, ଆବାକସର କନିଷ୍ଟ ବିଭାଗରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଛାତ୍ର ରେୟାଂଶ ମିଶ୍ର, ମଦର୍ସ ପବ୍ଲିକ୍ ସ୍କୁଲର ଦକ୍ଷ ପଞ୍ଚ ସେହି ସ୍କୁଲର ଛାତ୍ରୀ ସାନାୟା ପଞ୍ଚ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ, ବରିଷ୍ଠ ବିଭାଗରେ ସତ୍ୟଭାମା ଇଂଲିଶ ମିଡିୟମ ସ୍କୁଲର ଛାତ୍ରୀ ଆଦ୍ୟା ଆରିକା ପଟ୍ଟନାୟକ, ମଦର୍ସ ପବ୍ଲିକ୍ ସ୍କୁଲର ଛାତ୍ର ସ୍ରେୟାଂଶ ସିଦ୍ଧ ସାହୁ ଓ ବେଲ୍ସ ସାକ୍ରାମେଣ୍ଟ ସ୍କୁଲର ଛାତ୍ର ବିଜନ ଜିତ୍ ଦାଶ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନେ ଅଧିକାର କରିଥିଲେ । ଶିଶୁ ସମାଚାରର ସଂପାଦକ ସୁକାନ୍ତ ପଣ୍ଡା ପ୍ରତିଯୋଗିତା ସଂମ୍ବନ୍ଧରେ ସୂଚ଼ନା ଦେବା ସହ ଆଗାମୀ ଦିନରେ ଚିତ୍ରାଙ୍କନ,ଚେସ୍ , ଯୋଗ, ବକ୍ତୃତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି କହିବା ସହ ଅଗଷ୍ଟ ୮ ତାରିଖରେ ପୁରୀ ପୌର ସଦନରେ ଅନୁଷ୍ଠିତ ବାଷିକ ଉତ୍ସବରେ ସମସ୍ତ କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯିବ ବୋଲି କହିଥିଲେ । ଡ.ସ୍ନେହଲତା ରଥ, ଅନୁପମା ପଣ୍ଡାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଜି ବିଜ୍ ଏକାଡେମୀର ଅଧ୍ୟକ୍ଷା ସଂଘମିତ୍ରା ଦାସ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *