ନିଖିଳ ଭାରତ ବଙ୍ଗ ସାହିତ୍ଯ ସମ୍ମେଳନ

ନିଖିଳ ଭାରତ ବଙ୍ଗ ସାହିତ୍ଯ ସମ୍ମେଳନ ଆସନ୍ତା ୨୬ ରେ…….ରାଉରକେଲା: ନିଖିଳ ଭାରତ ବଙ୍ଗ ସାହିତ୍ୟ ସମ୍ମେଳନ ଆସନ୍ତା ୨୬ ରେ ହେବବୋଲି ସୂଚନା ମିଳିଛି । ରାଉରକେଲା ଶାଖା ପ୍ରତି ବର୍ଷ ଭଳି, ଏ ବର୍ଷ ମଧ୍ଯ ଏହାର ୫୨ ତମ ବାର୍ଷିକ ଉତ୍ସବ ଆସନ୍ତା ୨୬/୦୬,୨୦୨୬ ରେ ପାଳନ କରିବାକୁ ଯାଉଛି । ସମଗ୍ର ଓଡ଼ିଶାରେ, ନିଖିଳ ଭାରତ ବଙ୍ଗ ସାହିତ୍ଯ ସମ୍ମେଳନ ର ଶାଖା ଏକମାତ୍ର ରାଉରକେଲାରେ ଅବସ୍ଥିତ। ସମ୍ମିଳନୀ, ସମ୍ପ୍ରଦାୟ, ଐତିହ୍ଯ, ସାହିତ୍ଯ ଓ କଳା ସଂସ୍କୃତିକୁ ଗର୍ବର ସହିତ ପାଳନ କରି ଆସୁଥିବା ଏହି ସଂସ୍ଥା ୧୯୭୪ ମସିହାରେ ସ୍ଥାପିତ ହୋଇଥିଲା । ଚଳିତ ବର୍ଷ ମଧ୍ଯ ଏହାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବା ଭିତରେ ତିନୋଟି ପ୍ରତିଯୋଗିତା ର କାର୍ଯକ୍ରମ ଅନୁଷ୍ଠିତ ହୋଇଛି । ଚିତ୍ରାଙ୍କନ, ସଂଗୀତ ଓ କବିତାପାଠ ର ପ୍ରତିଯୋଗିତା କାର୍ଯ୍ଯକ୍ରମ ଗୁଡିକ ଗତ ୧୪ତାରିଖ ଦିନ ରାଉରକେଲା କ୍ଲବ ରେ ସୁଚାରୁ ରୂପେ ସମ୍ପାଦନ କରାଯାଇଛି । ଛୋଟ ଛୋଟ ପିଲାଙ୍କ ଠାରୁ ନେଇ ବଡମାନ ଙ୍କ ପର୍ଯ୍ଯନ୍ତ ବିଭିନ୍ନ ଗ୍ରୁପରେ ଅଂଶଗ୍ରହଣ କରି ଉତ୍ସାହର ସହିତ ନିଜ ନିଜର କଳାପ୍ରଦର୍ଶନ କରିଥିଲେ ।ଚିତ୍ରାଙ୍କନ ପ୍ରତିଯୋଗିତାରେ ଏ, ବି ଓ ସି ଗ୍ରୁପ ରେ ୫୦ ଜଣ, ସଂଗୀତ ରେ ୨୦ ଜଣ ଏବଂ କବିତାପାଠ ରେ ୧୮ ଜଣ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ଗୁଡ଼ିକରେ ବିଚାରକ ଭାବେ ପାର୍କୀ ଭଟ୍ଟାଚାର୍ଯ୍ୟ,ମୌଦତ୍ତ ପାଲ, କୋଏନା ଦସ୍ତିଦାର,ପ୍ରଦୀପ ଗୁରଓ୍ବାରା, ବୀଣାପାଣି ରଥ ,ରତ୍ନା ଚାଟାର୍ଜୀ ଓପଶୁପତି ନାଥ ଚାଟାର୍ଜୀ ପ୍ରମୁଖ ଯୋଗଦେଇଥିଲେ। ଏହି ସମ୍ପୂର୍ଣ୍ଣ ପ୍ରତିଯୋଗିତା କାର୍ଯ୍ଯକ୍ରମଟି ଅନୁଷ୍ଠାନର ଶିକ୍ଷା ପରିଷଦ ର ସଚିବ ଶମ୍ପା ମଜୁମଦାର ଙ୍କ ତତ୍ତ୍ଵାବଧାନ ରେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ସାଓଲି ସାନ୍ୟାଲ, ସର୍ବାନୀ ମିତ୍ର, ଶର୍ବରୀ ବୋଷ, ପାପିୟା ମଜୁମଦାର, ମୌସୁମୀ ତପାଦାର, ଅର୍ଥିତା ଭଟ୍ଟାଚାର୍ଯ୍ୟ,ପଲ୍ଲବ ଚାଟାର୍ଜୀ । ସଭାପତି ଦୀଲିପ କୁମାର ଭୁଇ, ସଚିବ, ସୁଚିସ୍ମିତା ବିଶ୍ୱାସ, ସାଂସ୍କୃତିକ ସଚିବ, ସୁସ୍ମିତା ନସ୍କର, ସାହିତ୍ୟି ପରିଷଦ ର ଅର୍ଥିତା ଭଟ୍ଟାଚାର୍ଯ୍ୟ ଓ କୋଷାଧ୍ୟକ୍ଷା ରିମି ଚକ୍ରବର୍ତ୍ତୀ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *