ପୁରୀ ପୋଲିସର ସହାୟତା ରେ ଭକ୍ତ ଫେରି ପାଇଲେ ହଜିଯାଇଥିବା ପୁଅକୁ
ଆଜି ଜୈନିକ ଭକ୍ତଙ୍କର ୨ ବର୍ଷର ପୁତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହଜିଯାଇଥିଲେ। ପରିବାର ଲୋକେ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିବା ସହ ବିଭିନ୍ନ ସୂଚନା କେନ୍ଦ୍ରରେ ଘୋଷଣା ମଧ୍ୟ କରାଇଥିଲେ, କିନ୍ତୁ ଶିଶୁଟିଙ୍କୁ ଠାବ କରିପାରିନଥିଲେ। ପରେ ସେମାନେ ପୁରୀ ପୋଲିସର ସହାୟତା ନେଇଥିଲେ। ସୂଚନା ପାଇବା ମାତ୍ରେ ପୁରୀ ପୋଲିସ ତତ୍କ୍ଷଣାତ୍ ଏକ ବିଶେଷ ଟିମ୍ ଗଠନ କରି ମନ୍ଦିର ପରିସରରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପୁରୀ ପୋଲିସର ତ୍ୱରିତ ଓ ସକ୍ରିୟ ପଦକ୍ଷେପ ଫଳରେ ଶିଶୁଟିଙ୍କୁ ସୁରକ୍ଷିତ ଭାବେ ମନ୍ଦିର ପରିସରରୁ ଉଦ୍ଧାର କରାଯାଇଥିଲା ଏବଂ ପରେ ତାଙ୍କ ପିତାମାତାଙ୍କ ନିକଟରେ ସୁରକ୍ଷିତ ଭାବେ ହସ୍ତାନ୍ତର କରାଯାଇଥିଲା।ନିଜ ସନ୍ତାନକୁ ସୁରକ୍ଷିତ ଫେରିପାଇ ପରିବାର ଲୋକେ ବହୁତ ଖୁସି ପ୍ରକାଶ କରିଥିଲେ ଏବଂ ପୁରୀ ପୋଲିସଙ୍କ ତ୍ୱରିତ ସହଯୋଗ ଓ ମାନବିକ କାର୍ଯ୍ୟପ୍ରତି ଅନ୍ତରିକ ଧନ୍ୟବାଦ ଜଣାଇଥିଲେ।
