ଉଦଳା ଅବକାରୀ ବିଭାଗର ଚଢ଼ାଉରେ ୨ମହିଳା ଗିରଫ

ଉଦଳା ଅବକାରୀ ବିଭାଗର ଚଢ଼ାଉରେ ୨ମହିଳା ଗିରଫ ‌। ଉଦଳା ୧୮/୬ ମୟୁରଭଞ୍ଜ ଜିଲ୍ଲା ଅବକାରୀ ସୁପରିଟେଣ୍ଡେଣ୍ଟ ପ୍ରଶାନ୍ତ କୁମାର କୁଂଆରଙ୍କ ନିର୍ଦେଶ ରେ ଉଦଳା ଅବକାରୀ ବିଭାଗର କାର୍ଯ୍ୟରତ ଓ ଆଇ ସି ପ୍ରଦୀପ କୁମାର ବେହେରା,ଏ ଏସ ଆଇ.. ଏସ ରବୀନ୍ଦ୍ର କୁମାର ରେଡି ନିଜର କାର୍ଯ୍ୟରତ କନେଷ୍ଟବଳ ଦିୟାଂସୁ ପଣ୍ଡା, ସୁମନ୍ତ ମହାନ୍ତ, ମହିଳା କନେଷ୍ଟବଳ ଦୀପାଞ୍ଜଳି ଦାସଙ୍କୁ ନେଇ କପ୍ତିପଦା ବ୍ଲକ ର ସାନ ବିଷୋଳ, ବଡ଼ ବିଷୋଳ, ସାଗୁଣୀ ବସା, ଉପର ଖୁଣ୍ଟା, ବାଲି ପୋଷି ଏବଂ ଲୁହା ମାଳିଆ ଗ୍ରାମରେ ଅଚାନକ ଚଢ଼ାଉ କରାଯାଇ ଥିଲା । ଏହି ଚଢ଼ାଉରେ ବାଲିପୋଷି ଗ୍ରାମର ନନ୍ଦିନୀ ବେହେରା ଓ ଲୁହା ମାଳିଆ ଗ୍ରାମର ଦୀପିକା ବେହେରା ଙ୍କୁ 18 ଲିଟର ଓ 16 ଲିଟର ଚୋରା ଦେଶୀ ମହୁଲି ମଦ ବିକ୍ରି କରୁଥିବା ଅଭିଯୋଗ ରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଆଗକୁ ଚଢ଼ାଉ ଜୋରଦାର ହେବ ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *