ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ

ଅତିରିକ୍ତ ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ବିଭିନ୍ନ ଟ୍ରେନରେ ଅତିରିକ୍ତ କୋଚ୍ ସଂଯୋଗ ।

ଭୁବନେଶ୍ୱର, ୧୯ ଜୁନ୍, ୨୦୨୬:

ଯାତ୍ରୀମାନଙ୍କୁ ଅଧିକ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ଆଗାମୀ ସପ୍ତାହରେ ବଢୁଥିବା ଯାତ୍ରୀଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି।

  • ଟ୍ରେନ୍ ନମ୍ବର ୧୨୮୩୭ ହାୱଡା–ପୁରୀ ଏକ୍ସପ୍ରେସରେ ୨୦ ଜୁନ୍ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ।

ସେହିଭଳି, ଟ୍ରେନ୍ ନମ୍ବର ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସରେ ୨୧ ଜୁନ୍ ୨୦୨୬ ଦିନ ଗୋଟିଏ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ।

  • ଟ୍ରେନ୍ ନମ୍ବର ୧୮୦୪୫ ଶାଲିମାର–ଚର୍ଲାପଲ୍ଲୀ ଇଷ୍ଟ କୋଷ୍ଟ ଏକ୍ସପ୍ରେସରେ ୨୦ ଜୁନ୍ରୁ ୨୬ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ଏସି ୩-ଟାୟାର ସଂଯୋଗ କରାଯିବ।
  • ଟ୍ରେନ୍ ନମ୍ବର ୧୮୦୬୩ ସାନ୍ତ୍ରାଗାଛି–ୟେଲହଙ୍କା ଏସି ଏକ୍ସପ୍ରେସରେ ୨୫ ଜୁନ୍ ୨୦୨୬ ଦିନ ଗୋଟିଏ ଅତିରିକ୍ତ ଏସି ୩-ଟାୟାର କୋଚ୍ କୋଚ୍ ବୃଦ୍ଧି କରାଯିବ।
  • ଟ୍ରେନ୍ ନମ୍ବର ୧୮୧୦୭ ରାଉରକେଲା–ଜଗଦଲପୁର ଇଣ୍ଟରସିଟି ଏକ୍ସପ୍ରେସରେ ୨୦ ଜୁନ୍ ୨୦୨୬ ଦିନ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ କୋଚ୍ ସଂଯୋଗ କରାଯିବ।

ଏହି ଅସ୍ଥାୟୀ କୋଚ୍ ବୃଦ୍ଧି ଫଳରେ ଏହି ରୁଟ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଅଧିକ ବର୍ଥ ଉପଲବ୍ଧ ହେବ ଏବଂ ଏହି ସମୟ ମଧ୍ୟରେ ବଢୁଥିବା ଯାତ୍ରା ଚାହିଦାକୁ ପୂରଣ କରିବାରେ ସହାୟକ ହେବ।

Leave a Reply

Your email address will not be published. Required fields are marked *