ଆଖଣ୍ଡଳମଣିଙ୍କ ବିବାହ ଉତ୍ସବରେ ଦୁଲୁକିଲା ଆରଡିଭଦ୍ରକ
ଆଖଣ୍ଡଳମଣିଙ୍କ ବିବାହ ଉତ୍ସବରେ ଦୁଲୁକିଲା ଆରଡିଭଦ୍ରକ/ଆରଡ଼ି,ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ଶିବବିବାହ ପାଇଁ ଶୁକ୍ରବାର ଉତ୍ସବମୁଖର ହୋଇ ଉଠିଥିଲା ଆରଡ଼ି ପୀଠ ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପାରମ୍ପରିକ ବାଦ୍ୟ ସହ ନୃତ୍ୟଶିଳ୍ପୀ ଯୋଗଦେଇଛନ୍ତି । ସେହିପରି ବାବାଙ୍କ ବିବାହରେ ଦେବଦମ୍ପତିଙ୍କର ଯୁଗଳମୂର୍ତ୍ତି ଦର୍ଶନ ପାଇଁ ୩୦ହଜାରରୁ ଉର୍ଦ୍ଧ୍ବ ଭକ୍ତଙ୍କ ଭିଡ଼ ଲାଗିଥ୍ଲା ପୀଠରେ | ମଧ୍ୟରାତ୍ରରେ ଦେବଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ମିଳିବ। ବୈଦିକ ରୀତିନୀତି ଓ ଲୋକାଚାରରେ ମାନବୀୟଲୀଳା ଭାବେ କନ୍ୟାପିତା ବିଚିତ୍ର ପାଢ଼ୀଙ୍କ ପକ୍ଷରୁ ମଣିବାବାଙ୍କୁ ବରଣ ନିମନ୍ତେ ପାର୍ବତୀଙ୍କ ଭାଇ ଭାବେ ପବନପୁତ୍ର ହନୁମାନ ବିରଧରାରେ ବାହାରିଥିଲେ | ବର ଶୋଭାଯାତ୍ରାରେ ବାହାରି ପୀଠ ଓ ମୁଖ୍ୟ ବଜାର ପରିକ୍ରମା କରିବା ପରେ ବରପିତା ଗଦାଧର ପାଢ଼ୀଙ୍କ ଘରେ ପହଞ୍ଚିବା ପରେ ବ୍ରାହ୍ମଣ ଓ ଜ୍ୟୋତିଷଙ୍କ ଦ୍ବାରା ବରଣ ନୀତି କରାଯାଇଥିଲା I ଏହି ଶୋଭାଯାତ୍ରରେ ଢେଙ୍କାନାଳର ଦୁଲୁଦୁଲି ବାଦ୍ୟ ସାଙ୍ଗକୁ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ରାଜରାଜେଶ୍ଵର ବେଶରେ ଦର୍ଶନ ଦେଲେ ବାବାରାଜସ୍ଥାନ ଅଘୋରୀ ନୃତ୍ୟ, ବ୍ରହ୍ମପୁରର ଯୋଡ଼ିଶଙ୍ଖ, କଙ୍କାଳ ନୃତ୍ୟ, କଲିକତା ମେଦିନପୁରର ମୟୂରଚୂଳିଆ ବାଦ୍ୟ, କେନ୍ଦୁଝରର କଳସ ନୃତ୍ୟ, ଦେବଗଣଙ୍କ ସହ ବିଭିନ୍ନ ଜିଲ୍ଲାରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟବାଦ୍ୟକାର ମାନେ ଯୋଗଦେଇଥିଲେ | ଅପରାହ୍ଣ ୪ଟାରେ ମଣିବାବା ଓ ମାତା ପାର୍ବତୀଙ୍କୁ ରାଜରାଜେଶ୍ଵର ବେଶରେ ସଜ୍ଜିତ କରାଯିବା ପରେ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଦିଅଁ ମଙ୍ଗୁଳା ଓ ହଳଦୀପାଣି ନୀତି କରାଯାଇଥିଲା। ସନ୍ଧା ୭ଟାରେ ଦେବଦେବ ମହାଦେବ ବରରୂପେ ବିମାନରେ ବିଜେ କରି ବରାନୁଗମନ ଶୋଭାଯାତ୍ରାରେ ବାହାରିଥିଲେ। ଏହି ଶୋଭାଯାତ୍ରରେ ଉକ୍ତ ଓ ଭଗବାନଙ୍କର ମହାମିଳନ ହୋଇଥିଲା | ରାତ୍ର ୧ଟା ଯାଏଁ ଶୋଭାଯାତ୍ରା ଚାଲିବା ପରେ ମନ୍ଦିର ସମୁଖରେ ନିର୍ମିତ ବିବାହ ମଣ୍ଡପରେ ଦେବଦମ୍ପତିଙ୍କର ବିବାହ କାର୍ଯ୍ୟ ଲୋକାଚାରରେ ଅନୁଷ୍ଠିତ ହୋଇଥିଲା । ହଜାରହଜାର ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖ୍ ଜିଲ୍ଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।ପୁଲିସ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏଥିସହ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ଦାଶଙ୍କ ତତ୍ତ୍ୱାବଧାନରେ ୪୦ରୁ ଉର୍ଦୁ ଛାତ୍ରଛାତ୍ରୀ ସେବା ଯୋଗାଇଥିବା ବେଳେ ପୀରହାଟର ପ୍ରଦେଶ ସେବା ସଂଗଠନ, ସତ୍ୟସାଇ ସେବା ସଂଗଠନ, ଜିଲ୍ଲା ରକ୍ତ ସଂଗଠନ, ଜଗାଚାକର ସଂଘ ଆଦି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁଭଦ୍ରକ ରୁ ପୁନିଲ କୁମାର ସାମନ୍ତ ଙ୍କ ରିପୋର୍ଟ ଭଦ୍ରକ
