୨୧ ତମ ଗୁରୁ ଦକ୍ଷିଣା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

୨୧ ତମ ଗୁରୁ ଦକ୍ଷିଣା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତପୁରୀ ୨୦/୬ ସାଧନା ଓ ନିଷ୍ଠା ଯେ କୋୖଣସି ଅସମ୍ଭବ କୁ ସମ୍ଭବ କରିପାରେ।ଯାହାର ଉଦାହରଣ ଓ ନିଦର୍ଶନ ହେଉଛନ୍ତି ଗୁରୁ ନିତ୍ୟାନନ୍ଦ ଦାସ।ଯିଏ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ଓଡିଶୀ ନୃତ୍ୟ ରେ ତାଙ୍କ ର ପାରଦର୍ଶିତା କଳା କ୍ଷେତ୍ରରେ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ବୋଲି କହିଛନ୍ତି ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ।ଆଜି ସଂଧ୍ୟା ରେ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଭୁବନେଶ୍ୱର ର କଳାଶ୍ରମ ଅନୁଷ୍ଠାନ ର ତିନି ଦିନିଆ ୨୧ ତମ ଗୁରୁ ଦକ୍ଷିଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଦିବ୍ୟାଙ୍ଗ ଗୁରୁ ନିତ୍ୟାନନ୍ଦ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉପ ନିର୍ଦ୍ଦେଶକ ଶ୍ରୀ ସେଠୀ ଯୋଗ ଦେଇ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ କିଛି ନା କିଛି ପ୍ରତିଭା ରହିଛି।ଇଶ୍ଵର ଙ୍କ ଆଶୀର୍ବାଦରୁ କଳାକାର ଟିଏ ନିଜର ସାଧନା ଓ ଅଧ୍ୟବସାୟ ବଳରେ ନିଜ କଳାକୁ ପରିପୁଷ୍ଟ କରିଥାଏ।ଆମ ମହାପ୍ରଭୁ ନିଜେ କଳାପ୍ରିୟ।ତେଣୁ ପ୍ରତିଟି କଳାକାର ମଧ୍ୟରେ ଇଶ୍ଵର ଙ୍କ ସତ୍ତା ରହିଛି ବୋଲି ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ମାହାରୀ ନୃତ୍ୟ ଗୁରୁ ରୂପଶ୍ରୀ ମହାପାତ୍ର, ଗୁରୁ ନାରାୟଣ ପାଣ୍ଡେ,ବିଜୟ ଦାସ ପ୍ରମୁଖ ଯୋଗ ଦେଇ ଗୁରୁ ଦକ୍ଷିଣା ର ଏହି ପ୍ରୟାସ ଗୁରୁ ଓ କଳାକାର ମାନଙ୍କୁ ଅଧିକ ପ୍ରୋତ୍ସାହିତ କରିବ ବୋଲି କହିଥିଲେ।ରୋଜାଲୀନ ମହାନ୍ତି ମଞ୍ଚ ସଞ୍ଚାଳନ କରିଥିଲେ।ପରେ ବିବିଧ ଅନୁଷ୍ଠାନ ପକ୍ଷରୁ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏଥିରେ ଦିବ୍ୟାଙ୍ଗ କଳାକାର ମାନଙ୍କ ପ୍ରଦର୍ଶନ ଦର୍ଶକ ଙ୍କୁ ମୋହିତ କରିଦେଇଥିଲା।

Leave a Reply

Your email address will not be published. Required fields are marked *