ଯୁବ ଆଇନଜୀବୀଙ୍କ ଦୁର୍ଘଟଣାରେ ଦେହାନ୍ତ ।

ଓଡ଼ଗାଁ – ତା ୨୪-୦୬-୨୬ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼। ପଞ୍ଚାୟତ ମଦନପୁର ଗ୍ରାମର ଭୁବନେଶ୍ୱର କୋର୍ଟ ଓ କଟକ ହାଇକୋର୍ଟରେ ଜଣେ ଆଇନଜୀବୀ ଭାବରେ କାର୍ଯ୍ୟରତ ଓମ୍ ବଳିଆରସିଂ ( ୩୭) ଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପିତା ସମାଜସେବୀ ପୂର୍ବତନ ସରପଞ୍ଚ ବିପ୍ର ଚରଣ ବଳିଆରସିଂ ନିଜ ପୁତ୍ରର ଚକ୍ଷୁ ଦାନ କରି ମହାନତା ଦେଖାଇଛନ୍ତି । ଭୁବନେଶ୍ୱରରେ ଘରଭଡ଼ା ନେଇ ରହୁଥିବା ଓମ୍ ସୋମବାର ରାତିରେ ନିଜ ବାଇକି ରେ ଘରକୁ ଫେରୁଥିବା ସମୟରେ ଟଙ୍କପାଣି ରୋଡରେ ବାଇକ୍ ର ପଛ ଚକା ଦବି ଯିବାରୁ ଛିଟିକି ପଡି ରୋଡ ସାଇଡ ରେ ଥିବା ଏକ ରଡ ମଧ୍ୟରେ ଚାପି ହୋଇଯାଇଥିଲେ । ଖବର ପାଇ ଘଟଣା ସ୍ଥଳରୁ ପୋଲିସ ପ୍ରଥମେ ୬ ନମ୍ବର ମେଡିକାଲ ଓ ପରେ ଏମସ୍ ମେଡ଼ିକାଲକୁ ନିଆଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କଲାପରେ ମୃତ୍ୟୁ ଓମ୍ ଙ୍କ ବାପା ପହଞ୍ଚି ଡାକ୍ତରଖାନା କର୍ତ୍ତପକ୍ଷଙ୍କୁ ପୁଅର ଦୁଇଟି ଯାଙ୍କ ଚକ୍ଷୁ ଦାନ କରିଥିଲେ । ଭୁବନେଶ୍ୱର ବାର ଆସୋସିଏସନ୍ ସହଯୋଗରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶବକୁ ନିଜ ଜନ୍ମମାଟି ମଦନପୁର କୁ ଅଣାଯାଇ ମଙ୍ଗଳ ବାର ଅପରାହ୍ନରେ ଶବ ସତ୍କାର କରାଯାଇଥିଲା । ତାଙ୍କର ୪ ବର୍ଷର ପୁଅ ମୁଖ।ଗ୍ନି ଦେଇଥିଲା । ମୃତ୍ୟୁ ଶରୀରକୁ ଶେଷଦର୍ଶନ ନିମନ୍ତେ ଓଡ଼ଗାଁ ଅଞ୍ଚଳର ବହୁ ବୁଦ୍ଧିଜୀବୀ,ଆଇନଜୀବୀ,ଜନସାଧାରଣ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *