ପୁରୀବାସୀଙ୍କ ଶ୍ରୀମନ୍ଦିର ସ୍ୱତନ୍ତ୍ର ଦର୍ଶନ ପାଇଁ ଓକିଲ ସଂଘ ପକ୍ଷରୁ ବିକ୍ଷୋଭ

ଶୋଭାଯାତ୍ରା ,ବିକ୍ଷୋଭ କଲେ ଆଉ ଧସେଇ ପଶିବାକୁ ଉଦ୍ୟମ କଲେ । ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଦେଖାଯାଇଥିଲା ଏଭଳି ସ୍ଥିତି । ପୁରୀ ଓକିଲ ସଂଘର ଶତାଧିକ ଓକିଲ ପୁରୀ ସହରବାସୀଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବୀରେ ଶୋଭାଯାତ୍ରାରେ ଯାଇ ଶ୍ରୀମନ୍ଦିର ପଶ୍ଚିମ ଦ୍ଵାର ବାଟରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।ସେଠାରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ ସେମାନଙ୍କୁ ବାଧା ଦେଇଥିଲେ। ଦୀର୍ଘ ବର୍ଷ ହେବ ପୁରୀ ସହରବାସୀ ମହାପ୍ରଭୁଙ୍କୁ ସୁବିଧାରେ ଦର୍ଶନ କରିପାରିନାହାନ୍ତି । ଏ ନେଇ ବିଭିନ୍ନ ସଙ୍ଗଠନ ପକ୍ଷରୁ ବାରମ୍ବାର ଦାବୀ,ଆନ୍ଦୋଳନ କରାଯାଇଛି । ଶେଷରେ ଓକିଲ ସଙ୍ଘ ଏହି ଦାବି କରି ଆନ୍ଦୋଳନରେ ସାମିଲ ହୋଇଛି | ସାମିଲ ହୋଇଛନ୍ତି ପୁରୀ ଜିଲ୍ଲା ଓକିଲ ସଂଘ । ପୂର୍ବ ପରି ପଶ୍ଚିମ ଦ୍ବାର ଦେଇ ପୁରୀ ସହରବାସୀଙ୍କୁ ପ୍ରବେଶ ସୁଯୋଗ ଦେବା ପାଇଁ ଜିଲ୍ଲା ଓକିଲ ସଂଘ ଦାବୀ କରିଛି ।ବାଇଟ୍ ୧ – ଶରତ ରାୟଗୁରୁ ,ସମ୍ପାଦକ ,ଜିଲ୍ଲା ଓକିଲ ସଂଘ

Leave a Reply

Your email address will not be published. Required fields are marked *