ଶ୍ରୀ ଶ୍ରୀ ଶ୍ରୀ ରାଧା କୃଷ୍ଣ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ।
କନ୍ଧମାଳ, ଫୁଲବାଣୀ ସହର ଉପକଣ୍ଠ ସ୍ଥାନୀୟ କୁମ୍ଭାରପଡ଼ା ଢିପାସାହି ସଙ୍ଗମସ୍ଥଳସ୍ଥିତି ତା୨୧/୦୬/୨୦୨୬ ଠାରୁ ତା ୨୫/୦୬/୨୦୨୬ ଯାଏଁ ଶ୍ରୀ ଶ୍ରୀ ଶ୍ରୀ ରାଧା କୃଷ୍ଣଦେବ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା,ପ୍ରଜ୍ଞା ବିଜ୍ଞ,ଅଭିଜ୍ଞ ପଣ୍ଡିତ ମାନଙ୍କ ସହଯୋଗରେ ଘୃତ ଯଜ୍ଞ, ନାମ ଯଜ୍ଞ, ଅନ୍ନଯଜ୍ଞ,ଜ୍ଞାନଯଜ୍ଞ, ମାଧ୍ୟମରେ ରାଧାକୃଷ୍ଣ ଦେବ ଙ୍କ ନୂତନ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ମନ୍ଦିର କମିଟିର ସଭାପତି ଶ୍ରୀ ଗିରିଶ ପଟ୍ଟନାୟକ, ଉପସଭାପତି ପଙ୍କଜବେହେରା ସମ୍ପାଦକ ଶ୍ରୀ ସିମାଞ୍ଚଳ ବେହେରା, କୁସାଧ୍ୟକ୍ଷ ମହେନ୍ଦ୍ରପଣ୍ଡା, ବ୍ୟବସ୍ଥାପକ ସନ୍ତୋଷ ପାଢ଼ୀ ସମସ୍ତଙ୍କ ପ୍ରଚେଷ୍ଟାରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟଦୀର୍ଘ ପାଞ୍ଚଦିନ ଧରି ଚାଲୁରହିଥିଲ ।୨୧/୦୬/୨୦୨୬ ରିଖରେ ଦୀକ୍ଷାଗ୍ରହଣ,ବନଯାଗ,ଅଙ୍କୁରାରୋପଣ । ତା୨୨/୦୬/୨୦୨୬ରିଖରେ ଜଳଯାତ୍ରା, ମଣ୍ଡଳଧିବାସ,-ରତ୍ନମୁଦ୍ର-କର୍ମ,ଇନ୍ଦ୍ର ଇନ୍ଦ୍ରାଣି ସ୍ଥାପନ, ତା୨୩/୦୬/୨୦୨୬ରିଖରେ ବିପ୍ରପୂଜା, ଅଖଣ୍ଡ ଦୀପ ସ୍ଥାପନ, ଷଡାଙ୍ଗ କର୍ମ-ଚରଣ – ମଣ୍ଡଳ,ଓ ଶାଳ।ପୂଜା, ବୈଷ୍ଣବ।ଗ୍ନି ସଂସ୍କାର ଓ ହୋମ, ଆଳତୀ । ତା୨୪/୦୬/୨୦୨୬ ରିଖରେ ବିପ୍ରପୂଜା ସୂର୍ଯ୍ୟପୂଜା,ମଣ୍ଡଳ ପୂଜା ଦେବତା ମାନଙ୍କ ସ୍ନାନ ପ୍ରସାଦ ଅଧିବାସ,ସିଂହାସନ ପ୍ରତିଷ୍ଠା,ହୋମ ,ରାତ୍ର ପ୍ରାଣ ପ୍ରତିଷ୍ଠା, ତା ୨୫/୦୫/୨୦୨୬ରିଖରେ ବିପ୍ରପୂଜା , ଷଡାଙ୍ଗକର୍ମ,ଦେବତା ମାନଙ୍କ ନଗର ପରିଭ୍ରମଣ,ସିଂହାସନ ଅହୋରଣ,ଧ୍ଵଜା ଭ୍ରମଣ,ହୋମ-ପୂର୍ଣ୍ଣାହୁତି,ପ୍ର ସାଦ ସେବନ ଓ ଶାନ୍ତି ପାଠ ଇତ୍ୟାଦି କର୍ମ କରାଯାଇ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଭକ୍ତ ଙ୍କ ସମାଗମ ପାଇଁ କମିଟି ତରଫରୁ ଏହିଠାରେ ଅଷ୍ଟପ୍ରହରୀ ନ।ମଯଜ୍ଞ, ଭଜନ ସମାରୋହ, ମେଲୋଡି , ରାମାୟଣ ନାଟକ, ପ୍ରତିଦିନ ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦ ସେବନ, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ।ଏହିଠାରେ ସବୁଠାରୁ ଚମତ୍କାର ଲାଗୁଥିଲାକି ରାଧାକୃଷ୍ଣ ଦେବତାଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ । ଏହିଠାରେ ଭକ୍ତମାନେ ନିଷ୍ଠା ମନରେ ନାଚଗୀତ କରି ନିଜନିଜ ଭିତରେ ହୋଲି ଲଗାଇ ରାଧା ମାଧବଙ୍କ ନଗର ଭ୍ରମଣ କରାଇବା କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ଥିଲା । ଓଡ଼ିଶାର ପୂର୍ବତନ ଖଣି ଓ ଇସ୍ପାତ ମନ୍ତ୍ରୀ ଏହିଠାରେ ନିମନ୍ତ୍ରିତ ଅତିଥି ଭାବେ ଆସି ଭାବ ବିହୁଳ ହୋଇ ନଚିବା ଦୃଶ୍ୟ ନିଆରା ଥିଲା । କାର୍ଯ୍ୟକ୍ରମରେ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତି ଯଥା- ୧୦ ୱାର୍ଡର କାଉନସିଲର ଶ୍ରୀବଛ ବେହେରା, ଅଭିମନ୍ୟୁ ବେହେରା ମିକା ତ୍ରିପାଠୀ ,ସୁନିଲ ବେହେରା, ମହେଶ୍ୱର ଶତପଥୀ, ଢିପ। ସାହି ଓ କୁମ୍ଭାରପଡାର ଶତାଧିକ ମହିଳା ଓ ପୁରୁଷ ସହଯୋଗ କରିଥିଲେ ।କମିଟିର ଅନ୍ୟାନ୍ୟ ସଦସ୍ୟ ମାନେ ଦିନରାତି ପରିଶ୍ରମ କରି ପ୍ରତିଷ୍ଠା କାର୍ଯ୍ୟରେ ସହଯୋଗ କରିଥିଲେ ।
