ଜ୍ଞାନାର୍ଜନଏବଂ ବିକାଶକାର୍ଯ୍ୟକ୍ରମକ୍ଷେତ୍ରରେ ସେଲ୍ ରସର୍ବଶ୍ରେଷ୍ଠ ବିଭାଗ ଭାବେ ଉଭା ହେଲା
ଜ୍ଞାନାର୍ଜନଏବଂ ବିକାଶକାର୍ଯ୍ୟକ୍ରମକ୍ଷେତ୍ରରେ ସେଲ୍ ରସର୍ବଶ୍ରେଷ୍ଠ ବିଭାଗ ଭାବେ ଉଭା ହେଲା ରାଉରକେଲା ଇସ୍ପାତ କାରଖାନାର ଅଗ୍ନିଶମସେବା ବିଭାଗଆର୍ଥକ ବର୍ଷ ୨୦୨୬ ପାଇଁ ସେଲ୍ ର ସମସ୍ତ ୟୁନିଟ୍ ମଧ୍ଯରେ ଜ୍ଞାନାର୍ଜନ ଏବଂ ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ରାଉରକେଲା ଇସ୍ପାତ କାରଖାନା ର ଅଗ୍ନିଶମ ସେବା ବିଭାଗକୁ ‘ ସର୍ବଶ୍ରେଷ୍ଠ ବିଭାଗ’ ଭାବେ ପୁରସ୍କୃତ କରାଯାଇଛି। ଜୁନ୍ ୨୫ ତାରିଖ ରେ ରାଞ୍ଚି ସ୍ଥିତ ମ୍ୟାନେଜମେଣ୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଏମ ଟି ଆଇ) ଠାରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ (ଡିଆଇସି) ଶ୍ରୀ ପ୍ରିୟ ରଞ୍ଜନ ଆରଏସପି ର ଏହି ବିଭାଗକୁ ପୁରସ୍କାର ପ୍ରଦାନ କରିଥିଲେ। ଆରଏସପି ପକ୍ଷରୁ ଜ୍ଞାନାର୍ଜନ ଓ ବିକାଶ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ପି, କେ, ସାହୁ ଏବଂ ଅଗ୍ନିଶମ ସେବା ବିଭାଗର ଉପ ପ୍ରବନ୍ଧକ ଶ୍ରୀଯୁକ୍ତ ଶୁଭବ୍ରତ ସାହୁ ଏହି ପୁରସ୍କାର ଗ୍ରହଣ କରିଥିଲେ।ବିଭିନ୍ନ ପ୍ରକାରର ସୁଚିନ୍ତିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଅଗ୍ନି ନିରାପତ୍ତା ସଚେତନତା, ଜରୁରୀକାଳୀନ ପ୍ରସ୍ତୁତି ଏବଂ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଦିଗରେ ବିଭାଗର ନିରନ୍ଧର ପ୍ରୟାସ ପାଇଁ ଏହି ସ୍ବୀକୃତି ପ୍ରଦାନ କରାଯାଇଛି। ଆର୍ଥକ ବର୍ଷ ୨୦୨୫-୨୬ ମଧ୍ୟରେ, ବିଭାଗ ପକ୍ଷରୁ ଆୟୋଜିତ ବିଶେଷ କାର୍ଯ୍ୟକ୍ରମ ଯେପରିକି ‘ ଦକ୍ଷ ରକ୍ଷକ’ (ଗ୍ୟାସ୍ ଲାଇନ୍ ରକ୍ଷଣାବେକ୍ଷଣ, ସଂକୀର୍ଣ୍ଣ ସ୍ଥାନ ଏବଂ ଉଚ୍ଚତାରୁ ଉଦ୍ଧାର କାର୍ଯ୍ୟ), ଅଧିକାରୀମାନଙ୍କ ପାଇଁ ‘ ଅଗ୍ନି ରକ୍ଷକ’, କର୍ମଚାରୀମାନଙ୍କ ପାଇଁ ଅଗ୍ନି ନିୟନ୍ତ୍ରଣ ପରିଚାଳନା, ଅଗ୍ନିଶମ କର୍ମଚାରୀମାନଙ୍କ ପାଇଁ ରିଫ୍ରେସର ପ୍ରଶିକ୍ଷଣ, ଶପ୍-ଫ୍ଲୋର୍ ଅଗ୍ନି ନିରାପତ୍ତା କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟ, ଡାକ୍ତରଖାନା, କ୍ଲବ୍, ଜନସାଧାରଣ ଅନୁଷ୍ଠାନ ଏବଂ ସିଭିଲ୍ ଡିଫେନ୍ସ, ହୋମ୍ ଗାର୍ଡ, ସିଆଇଏସଏଫ୍, ଓଡ଼ିଶା ପୋଲିସ ଓ ଓଡ଼ିଶା ବନ ବିଭାଗ ସମେତ ବାହ୍ୟ ସଂସ୍ଥାଗୁଡ଼ିକ ପାଇଁ ସଚେତନତା ଅଭିଯାନ ମାଧ୍ୟମରେ ଉତ୍କ୍ର ବିଭାଗର ପ୍ରଶିକ୍ଷଣ ୮,୫୦୦ ରୁ ଅଧିକ ଅଂଶଗ୍ରହଣକାରୀଙ୍କ ପାଖରେ ପହଞ୍ଚିପାରିଛି। ଏହା ସହିତ ଏହି ବିଭାଗ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଭିତ୍ତି କରି ସମ୍ପ୍ରସାରଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ସଂଗଠନଗୁଡ଼ିକ ପାଇଁ ମଧ୍ୟ ସ୍ବତନ୍ତ୍ର ଅଗ୍ନି ନିରାପତ୍ତା ପ୍ରଶିକ୍ଷଣ ପ୍ରଦାନ କରିଛି।ଏହି ପୁରସ୍କାର ଶିଳ୍ପ ନିରାପତ୍ତା ଏବଂ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦକ୍ଷତା ବିକାଶ ଦିଗରେ ଆରଏସପିର ନିରନ୍ଧର ଗୁରୁତ୍ବକୁ ପ୍ରତିଫଳିତ କରୁଛି। ଏହିଭଳି ବ୍ୟାପକ ଶିକ୍ଷଣ ପ୍ରୟାସ ମାଧ୍ୟମରେ, ଅଗ୍ନିଶମ ସେବା ବିଭାଗ କାରଖାନା ପରିସର ସହିତ ସମଗ୍ର ସ୍ଥାନୀୟ ସମୁଦାୟ ମଧ୍ୟରେ ଅଗ୍ନି ନିରାପତ୍ତା ଏବଂ ସତର୍କତା ସଂସ୍କୃତିକୁ ଯଥେଷ୍ଟ ସୁଦୃଢ଼ କରିପାରିଛି ।
