ଦୁର୍ଘଟଣା ରେ ପୀଡିତ ଷଣ୍ଡ କୁ ଗୋଶାଳା କୁ ନେବା ପାଇଁ ନାହିଁ ସରକାରୀ ବ୍ୟବସ୍ଥା !

ଅଭିଯୋଗ ପରେ ଦୁର୍ଘଟଣାଗ୍ରସ୍ତ ଷଣ୍ଡର ଚିକିତ୍ସା କଲା ପ୍ରାଣୀସମ୍ପଦ ବିଭାଗ.. ହେଲେ ଗୋଶାଳା କୁ ନେବା ପାଇଁ ନାହିଁ ସରକାରୀ ବ୍ୟବସ୍ଥା ANCHOR – ପୁରୀ ଭୁବନେଶ୍ୱର 316 ନମ୍ବର ଜାତୀୟ ରାଜପଥ ଉପରେ ଦୁର୍ଘଟଣାଗ୍ରସ୍ତ ଷଣ୍ଡ ଛଟପଟ ହେଉଥିବା ଦେଖି ସ୍ଥାନୀୟ ସମାଜସେବୀ ଟୋଲ ଫ୍ରି ନମ୍ବର ଏବଂ କିଛି ଗୋସେବକ ଙ୍କୁ ଅବଗତ କରାଇ ସହଯୋଗ ମାଗିଥିଲେ! ପିପିଲି ମଙ୍ଗଳପୁର ନିକଟ ଜମାଲପୁର ସ୍ଥିତ ରାଜପଥ ଉପରେ ଷଣ୍ଢଟି ଜୀବନ ସହିତ ସଂଘର୍ଷ କରୁଥିବା ବେଳେ ପ୍ରବଳ ବର୍ଷା ହେବା ଯୋଗୁଁ ଯନ୍ତ୍ରଣା ପାଉଥାଏ! ପ୍ରାଣୀସମ୍ପଦ ବିଭାଗର ଭ୍ରାମ୍ୟମାଣ ଚିକିତ୍ସା ଦଳ ପହଂଚିବା ପୂର୍ବରୁ ସାତଶଂଖ ଅଞ୍ଚଳର ଜଣାଶୁଣା ଗୋସେବକ ତପନ ମହାରଣା ପହଂଚି ଚିକିତ୍ସା ଆରମ୍ଭ

କରିଥିଲେ, ତେବେ ବିଳମ୍ବରେ ହେଲେ ମଧ୍ୟ ଭ୍ରାମ୍ୟମାଣ କ୍ଲିନିକ ଓ ତପନ ମିଳିତ ଭାବେ ଷଣ୍ଢ ଟିର ଚିକିତ୍ସା କରିଥିଲା ବେଳେ ଆବଶ୍ୟକୀୟ ଇଞ୍ଜେକ୍ସନ ଓ ମେଡ଼ିସିନ ସରକାରୀ ଦଳ ଙ୍କ ପାଖରେ ନଥିଲା… ହେଲେ ତପନ ଙ୍କ ପାଖେ ଉପଲବ୍ଧ ଥିଲା… ଆଉ ଷଣ୍ଢ ର ଆଶୁ ଚିକିତ୍ସା ମଧ୍ୟ ହେଲା! ତେବେ ଚିକିତ୍ସା ପରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନକାରୀ ଦଳ ଫଟୋ ଉଠାଇ ଚାଲିଗଲା ପରେ ଢୁ ଢୁ ବର୍ଷାରେ ଷଣ୍ଢ ଭିଜୁଥିବା ଦୃଶ୍ୟ ସ୍ଥାନୀୟ ସମାଜସେବୀ ପ୍ରଫୁଲ୍ଲ ସାହୁ ଓ ଗୋସେବକ ତପନ ଙ୍କୁ ବ୍ୟଥିତ କରିଥିଲା! ପିପିଲି ସ୍ଥିତ ଗୋଶାଳା ସଦସ୍ୟ ଙ୍କୁ ଅନୁରୋଧ କରି ଦୁର୍ଘଟଣା ଗ୍ରସ୍ତ ଷଣ୍ଢ କୁ ସୁରକ୍ଷିତ ଭାବେ ଗାଡ଼ି ଯୋଗେ ଗୋଶାଳା ସ୍ଥାନାନ୍ତର କରିଛନ୍ତି ପ୍ରଫୁଲ୍ଲ ଓ ତପନ! ଆଖପାଖ ଦୋକାନୀ ଓ ସ୍ଥାନୀୟ ଯୁବକ ଙ୍କ ସହାୟତା ରେ ଷଣ୍ଢ କୁ ଗୋଶାଳା କୁ ତ ପଠାଗଲା ହେଲେ ଏ ବ୍ୟବସ୍ଥା ରେ ସୁଧାର ଆଣିବା ସହ ଜାତୀୟ ରାଜପଥ ନିକଟ ରେ ଥିବା ଗୋଚର ଜମିରେ ଗୋଶାଳା ନିର୍ମାଣ ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି ସମାଜସେବୀ ପ୍ରଫୁଲ୍ଲ ସାହୁ!

Leave a Reply

Your email address will not be published. Required fields are marked *