ଜଗତସିଂହପୁର ଜିଲ୍ଲାରେ ପ୍ରକାଶ ପାଇଛି ଚିଠା ଭୋଟର ତାଲିକା
Date-05/07/26*ଆଜି ପ୍ରକାଶ ପାଇଛି ଚିଠା ଭୋଟର ତାଲିକା*ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଜିଲ୍ଲାପାଳଆଙ୍କର- ଆଜି ପ୍ରକାଶ ପାଇଛି ଚିଠା ଭୋଟର ତାଲିକା ।ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଜିଲ୍ଲାପାଳ ଜେ ସୋନାଲ । ଜଗତସିଂହପୁରଜିଲ୍ଲାରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ବୁଥ୍ ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ବୁଲି ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ନିଆଯାଇଥିଲା। ମତଦାନ ପ୍ରକ୍ରିୟାକୁ ଅଧିକ ସୁବିଧାଜନକ କରିବା ପାଇଁ ପ୍ରଶାସନ ପକ୍ଷରୁ ବୁଥ୍ ସଂସ୍କାର କାର୍ଯ୍ୟ କରାଯାଇଛି। ବର୍ତ୍ତମାନର ୧୦୫୧ ଟି ବୁଥ୍ ସଂଖ୍ୟାରେ ୧୭୫ ଟି ନୂଆ ବୁଥ୍ ଯୋଗ କରାଯାଇ ମୋଟ ସଂଖ୍ୟା ୧,୨୨୬ କୁ ବୃଦ୍ଧି କରାଯାଇଛି।ଜିଲ୍ଲାର ସମସ୍ତ ୪ ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନୂଆ ବୁଥ୍ ଯୋଗ କରାଯାଇଛି । ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ଅଧୀନରେ ଆଜି ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶ ପାଇଛି । ଭୋଟର ତାଲିକାକୁ ସଠିକ୍ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏହି ଚିଠା ତାଲିକା ପ୍ରକାଶ ପାଇଥିବା ବେଳେ ପରେ ସାଧାରଣ ନାଗରିକଙ୍କ ଯାଞ୍ଚ ନିମନ୍ତେ ଏହା ଉପଲବ୍ଧ ହେବ। ଜିଲ୍ଲାର କୌଣସି ବି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି । ଚିଠା ଭୋଟର ତାଲିକା ପ୍ରକାଶ ପାଇବା ପରେ ଯଦି କୌଣସି ପ୍ରକାରର ଆପତ୍ତି, ଅଭିଯୋଗ କିମ୍ବା ସଂଶୋଧନ ଥାଏ, ତେବେ ୦୫ ଜୁଲାଇ ରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ଜଗତସିଂହପୁର ଜିଲ୍ଲାର ସମସ୍ତ ଯୋଗ୍ୟ ନାଗରିକଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରି ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ସୂଚିତ କରାଯାଇଛି।
