ଅଣସର ସମୟରେ ମହାପ୍ରଭୁଙ୍କ ଅଣସର ପଣା ପାଉଛନ୍ତି ଶ୍ରଦ୍ଧାଳୁ

ANASARA PANAନିବୃତ୍ତ କନ୍ଦର ଭିତରେ ଏବେ ନିଳାଦ୍ରୀନାଥ। ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଏବେ ଅସୁସ୍ଥରେ ମହାପ୍ରଭୁ । ନିଶଦ୍ଦ,ଅନ୍ଧକାର ଓ ରୁଦ୍ଧଦ୍ୱାରର ତାଟି କୋଠରୀ ମଧ୍ୟରେ ଦୀପ ଆଲୋକରେ ମହାପ୍ରଭୁଙ୍କର କରାଯାଉଛି ଉପଚାର। ଏକବସ୍ତ୍ର ହୋଇ ଅଣସର ଘରେ ମହାପ୍ରଭୁଙ୍କର ସେବା ସୁଶ୍ରୁସା କରୁଛନ୍ତି ଦଇତାପତି ସେବକ। ଜ୍ୱରରୁ ସାମାନ୍ୟ ଉପଶମ ପାଇଁ କରାଯାଉଛି ପଥି ଉପଚାର। ତେବେ ଏହି ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଚକଟା ଓ ପଣା ଭୋଗ କରାଯାଇଥାଏ। ଅଣସର ଘରେ ମହାପ୍ରଭୁଙ୍କୁ ଚକଟା ଭୋଗ କରାଯାଉଥିବା ବେଳେ,ତାଟି ବାହାରେ ଅଣସର ପଣାକୁ ଅର୍ପଣ କରିଥାନ୍ତି ଦଇତାପତି ସେବାୟତ। କ୍ଷୀର,ଛେନା,ସର,ଖୁଆ ଆଦି,ବିଭିନ୍ନ ଫଳମୂଳକୁ ମିଶାଇ ଚକଟା ଭୋଗ ପ୍ରସ୍ତୁତ କରାଯାଇଥାଏ। ସେପଟେ ପାଣିରେ ଚିନି ଓ ମହାପ୍ରଭୁଙ୍କୁ ନୈବେଦ୍ୟ କରାଯାଇଥିବା ସର ମିଶ୍ରିତ କରାଯାଇ ଏହି ଅଣସର ପଣା ପ୍ରସ୍ତୁତ କରାଯାଇଥାଏ | ପ୍ରତିଦିନ ମହାପ୍ରଭୁଙ୍କ ଏହି ଅମୁଲ୍ୟ ପଣା ଟିକେ ପାଇବା ପାଇଁ ଭକ୍ତ ଓ ଯଜମାନ ମାନେ ଦଇତାପତି ସେବାୟତଙ୍କ ଘରେ ରୁଣ୍ଡ ହୋଉଥାନ୍ତି | ଏହି ଅଣସର ପାଇଁ ପାଇ ଭକ୍ତମାନେ ମଧ୍ୟ ନିଜକୁ ଧନ୍ୟମନେ କରିଛନ୍ତି।

Leave a Reply

Your email address will not be published. Required fields are marked *