ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର.. ସାଧାରଣ ଲୋକଙ୍କ ମନରେ ଆଶଙ୍କା !
ଶ୍ରୀମନ୍ଦିର ନିକଟରୁ ବିଦେଶୀ ପକ୍ଷୀ ଉଦ୍ଧାର। ଆଜି ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ଗୋଟିଏ ବିଦେଶୀ ପକ୍ଷୀଟି ବୁଲୁଥିବା ଦେଖିବାକୁ ମିଳିଥିଲା। ବିଦେଶୀ ଚଢ଼େଇକୁ ଉଦ୍ଧାର କରିଛନ୍ତି ଶ୍ରୀମନ୍ଦିର ସୁରକ୍ଷାକର୍ମୀ। ତେବେ ପକ୍ଷୀଟିକୁ କୁକୁର କାମୁଡି ଦେଇଥିବା ଜଣାପଡିଛି। ପକ୍ଷୀକୁ ଉଦ୍ଧାର କରିବା ପରେ ପୋଲିସକୁ ସୂଚନା ଦିଆଯାଇଛି। ତେବେ ପକ୍ଷୀଟି କେଉଁଠୁ ଆସିଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏହାକୁ ଦେଖି ଅନେକ ଭକ୍ତଙ୍କ ମନରେ କୌତୁହଳ ସୃଷ୍ଟି ହୋଇଛି । ପ୍ରଥମଥର ପାଇଁ ଶ୍ରୀମନ୍ଦିର ନିକଟରୁ ଏଭଳି ଏକ ବିରଳ ବିଦେଶୀ ପକ୍ଷୀକୁ ଦେଖି ଲୋକଙ୍କ ମନରେ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି
