ପ୍ରଶାସନ ସହାୟତାରେ ଭାରତୀପୁର ବାସୀ ଜଳବନ୍ଦୀ ରୁ ମୁକ୍ତି ପାଇଲେ
ଲଗାଣ ବର୍ଷା ଯୋଗୁଁ ପୁରୀ ପୌରପାଳିକା ଅନ୍ତର୍ଗତ ଭାରତୀପୁର ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଥିଲା ଏବଂ ସାଧାରଣ ଲୋକଙ୍କ ଯାତାୟାତ ବ୍ୟାହତ ହୋଇଥିଲା। ଓଡ଼ିଶା ଅଗ୍ନିଶମ ଓ ଜରୁରୀ ସେବା ପକ୍ଷରୁ ୪୩୦୦ ଲିଟର ପ୍ରତି ମିନିଟ୍ କ୍ଷମତାସମ୍ପନ୍ନ ଆଧୁନିକ “ଫାୟାର ଫ୍ଲାଏ” ଡି-ୱାଟରିଂ ପମ୍ପ ମୁତୟନ କରାଯାଇଥିଲା। ଏହି ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ ସାହାଜ୍ୟରେ ଆବଶ୍ୟକତାଠାରୁ କମ ସମୟ ମଧ୍ୟରେ ଜମି ରହିଥିବା ପାଣିକୁ ନିଷ୍କାସନ କରାଯାଇ ଅଞ୍ଚଳବାସୀଙ୍କ ସ୍ୱାଭାବିକ ଚଳାଚଳ ପୁନଃ ସମ୍ଭବ କରାଯାଇପାରିଥିଲା। ଏହି ସଫଳ କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ଅଗ୍ନିଶମ ଓ ଜରୁରୀ ସେବା ବିଭାଗ, ସଦର ବିଡିଓ ଏବଂ ପୁରୀ ପୌରପାଳିକା କମିଶନରଙ୍କୁ କୃତଜ୍ଞତା ଜଣାଇଛନ୍ତି l
