ପୁରୀରେ ମକଡ୍ରିଲ

ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବା ପାଇଁ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅବ୍ୟବହିତ ପୂର୍ବରୁ ପୁରୀରେ ମକଡ୍ରିଲ। Special tactical unit (stu),sog , ଓଡ଼ିଶା ପୋଲିସ ,ବୋମା ନିଷ୍କ୍ରିୟକାରୀ ଦଳ, ଡଗ ସ୍କ୍ୱାର୍ଡ ସହଯୋଗରେ ଆଜି ପୁରୀ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି


ମକଡ୍ରିଲ କରାଯାଇଥିଲା।ଗୁଣ୍ଡିଚା ମନ୍ଦିର ନିକଟରେ ହୋଇଥିବା ମକଡ୍ରିଲ୍ ରେ ଗହଳି ଭିତରୁ ଆତଙ୍କବାଦୀ ଆସି ବୋମା ବିସ୍ପୋରଣ କରିବା ସହ ଗୁଳି ଚାଳନା କରି ନିକଟସ୍ଥ ଏକ ବିଲ୍ଡିଂ ରେ ଲୁଚି ଯାଇଥିଲେ।ଏହି ବୋମା ବିସ୍ପୋରଣ କରିବା ସହ ଗୁଳି ଚାଳନାରେ କିଛି ଲୋକ ଗୁରୁତର ଆହତ ହୋଇଥିଲେ।ଖବର ପାଇ ତୁରନ୍ତ ଆମ୍ବୁଲାନ୍ସ ଓ ଓଡ଼୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇବା ପରେ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ପଠାଇଥିଲେ।କମାଣ୍ଡୋ ମାନେ ଅତି ସତର୍କତାର ସହ ଆତଙ୍କବାଦୀ ଲୁଚିଥିବା ବିଲଡିଂକୁ ଘେରାଉ କରିଥିଲେ ।ପରେ ଅତ୍ୟାଧୁନିକ ରୋବଟ ବ୍ୟବହାର କରି ସେହି ବିଲଡିଂରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ପ୍ରକୃତ ସ୍ଥାନ ଚିହ୍ନଟ କରି ସେମାନଙ୍କୁ ନିହତ କରିଥିଲେ ।ପରେ ଦ୍ୱିତୀୟ ମକଡ୍ରିଲ୍ ପୁରୀ ରେଳଷ୍ଟେସନରେ ଅନୁଷ୍ଠିତ ହୋଇଥିଲା।ଆତଙ୍କବାଦୀ ଟ୍ରେନ୍ ଭିତରକୁ ଯାଇ ଅନେକ ଯାତ୍ରୀଙ୍କୁ ପଣବନ୍ଦୀ କରି ରଖିଥିଲେ ।ତୁରନ୍ତ ଖବର ପାଇ ଜିଆରପି,ଆରପିଏଫ୍ ,ଓଡ଼ିଶା ପୋଲିସ ସହଯୋଗରେ Special tactical unit (stu),sog କମାଣ୍ଡୋ ସମସ୍ତ ପଣବନ୍ଦୀ ଓ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।ରଥଯାତ୍ରା ପୂର୍ବରୁ ଏହି ଅଭ୍ୟାସ କରାଯାଇଥିଲା।ସବୁ ବିଭାଗ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରକ୍ଷା ସହ ସାଧାରଣ ଜନତା ଓ ଯାତ୍ରୀଙ୍କ ସୂଚନା ଓ ସହଯୋଗ ବଳରେ ଯେକୌଣସି ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରାଯାଇପାରିବ ବୋଲି ପୁରୀ ଏସପି କହିଛନ୍ତି। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାତ୍ରୀଙ୍କ ସୁରକ୍ଷା ସର୍ବାଧିକ ପ୍ରାଥମିକତା।ସେହିପରି ଶ୍ରୀମନ୍ଦିର ଓ ରଥଯାତ୍ରା ସବୁବେଳେ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିବାବେଳେ ସମ୍ଭାବ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ପ୍ରତିହତ୍ କରିବା ପାଇଁ ଏଭଳି ମିଳିତ ମକ ଡ୍ରିଲ୍ ବହୁତ୍ ଗୁରୁତ୍ୱପୂର୍ଣ୍ଣ ।

Leave a Reply

Your email address will not be published. Required fields are marked *