ସେବା ର କୌଣସି ବିକଳ୍ପ ନାହିଁ।
ସେବା ର କୌଣସି ବିକଳ୍ପ ନାହିଁ।ପ୍ରଶାସନ ଓ ସ୍ବେଚ୍ଛାସେବୀ ମାନଙ୍କ ସୁସମନ୍ୱୟ ଶୃଙ୍ଖଳିତ ରଥଯାତ୍ରା ରେ ସହାୟକ ହେବ:ଜିଲ୍ଲାପାଳପୁରୀ ୯/୭ ସେବା ର କୌଣସି ବିକଳ୍ପ ନାହିଁ।ଏହା ସମର୍ପଣ ଓ ଅନୁଭବର କଥା।ପ୍ରଶାସନ ଓ ସ୍ବେଚ୍ଛାସେବୀ ମାନଙ୍କ ସୁସମନ୍ୱୟ ଶୃଙ୍ଖଳିତ ରଥଯାତ୍ରା ରେ ସହାୟକ ହେବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା।ଆଜି ପୂର୍ବାହ୍ନରେ ଟାଉନ ହଲ ଠାରେ ଚଳିତ ରଥଯାତ୍ରା ରେ ସ୍ବେଚ୍ଛାସେବୀ ମାନଙ୍କ ଦାୟିତ୍ୱ,ଭୂମିକା ,କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସ୍ବେଚ୍ଛାସେବୀ ମାନେ ରଥଯାତ୍ରା ସମୟରେ ବିଭିନ୍ନ ସେବାରେ ସ୍ବତଃପୂତଃ ଭାବେ ସାମିଲ ହୋଇ ଶ୍ରଦ୍ଧାଳୁ ମାନଙ୍କୁ ଉପଯୁକ୍ତ ସେବା ଯୋଗାଇଦେବା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ।ପ୍ରଶାସନ ସହ ସେମାନଙ୍କ ସମନ୍ୱୟ ଏହାକୁ ଅଧିକ କ୍ରୀୟାଶୀଳ କରିବ।ତେବେ ସେବା ସମୟରେ ସମର୍ପଣ ର ସହ ସେବା କରିବା, ସ୍ବଛତା, ପରିଷ୍କାର ପରିଛନ୍ନତା ପ୍ରତି ଉପଯୁକ୍ତ ପଦକ୍ଷେପ ନେବା, ଖାଦ୍ୟ ପ୍ରଦାନ ପରେ ପ୍ଲେଟ ବା ପତ୍ର, ଗ୍ଲାଲ,ଖାଲି ପାଣି ବୋତଲ ଓ ଅନ୍ୟାନ୍ୟ ଅଳିଆ ୟାଡେ ସ୍ୟାଡେ ନ ପକାଇ ବଡ ବଡ କଳା ଜରିରେ ଭରି ମହାନଗର ନିଗମ ଅଳିଆ ବୁହା ଗାଡ଼ିରେ ଦେବା କିମ୍ବା ଉପଯୁକ୍ତ ସ୍ଥାନରେ ହସ୍ତାନ୍ତର କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ଯେଉଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଯେଉଁ ସେବା କାର୍ଯ୍ୟ କରିବାକୁ ଦାୟିତ୍ୱ ନେଇଛନ୍ତି ତାହାକୁ ଅତ୍ୟନ୍ତ ନିଷ୍ଠାର ସହ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ପୁରୀ ମହାନଗର

ନିଗମର କମିଶନର ସ୍ନେହା ଅରୁଗୁଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନେ ସେମାନଙ୍କ କାର୍ଯ୍ୟ ଅନୁସାରେ ଦାୟିତ୍ୱ ଦେଉଥିବା ସ୍ବେଚ୍ଛାସେବୀ ମାନଙ୍କ ତାଲିକା ପ୍ରଦାନ କରନ୍ତୁ ଯାହା ଫଳରେ ତାଙ୍କୁ ଉତ୍ତରଦାୟୀ ଭାବେ ଗ୍ରହଣ କରିବା ସହ ସେମାନଙ୍କ ସହ ଯୋଗାଯୋଗ କରାଯାଇ ପାରିବ।ରଥଯାତ୍ରା ରେ କାର୍ଯ୍ୟ କରୁଥିବା ପ୍ରତିଟି ଅନୁଷ୍ଠାନ ଉପରେ ନଜର ରଖାଯିବ ଓ ସେମାନଙ୍କ କାର୍ଯ୍ୟ ଶୈଳୀ ଆଧାର ରେ ଭବିଷ୍ୟତ ରେ ସେମାନ ଙ୍କୁ ରଥଯାତ୍ରା ରେ ସାମିଲ କରାଯିବ କି ନାହିଁ ତର୍ଜମା କରାଯିବ ବୋଲି କମିଶନର ସ୍ପଷ୍ଟ କରିଦେଇଥିଲେ। ସ୍ବାସ୍ଥ୍ୟ ସେବା, ଆମ୍ବୁଲାନ୍ସ ରେ ନିୟୋଜିତ ସ୍ବେଚ୍ଛାସେବୀ ମାନେ ମୁଖ୍ୟ ଚିକିତ୍ସାଧିକାରୀ ଙ୍କ ଏସଓପି ଆଧାର ରେ କାମ କରିବା,ରନ୍ଧା ଖାଦ୍ୟ ଦେଉଥିବା ଅନୁଷ୍ଠାନ ମାନେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଗ୍ରହଣ କରିବା, ଭିଡ ନିୟନ୍ତ୍ରଣ କରାଯିବ ବୋଲି ସ୍ଥିର ହେଲା।ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ରଥଯାତ୍ରା ର ସ୍ବତନ୍ତ୍ର ଅଧିକାରୀ ଭବତାରଣ ସାହୁ,ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଶାନ୍ତ କୁମାର ପତି,ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା ଅକ୍ଷୟ କୁମାର ଶତପଥୀ,ଜିଲ୍ଲା ଶିକ୍ଷା ଅଧିକାରୀ ଦୀପକ କୁମାର ପାଢୀ,ଜିଏମ ୱ୍ବାଟକୋ ବିକ୍ରମ ରାଉତ, ଜିଲ୍ଲା ଅଗ୍ନି ଶମ ଅଧିକାରୀ ପ୍ରଭାତ କୁମାର ରାଉତ, ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ,ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ସ୍ବେଚ୍ଛାସେବୀ ସଂଗଠନ ର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
