ଭକ୍ତ ମାନଙ୍କ ପାଇଁ ଉପଲବ୍ଧ ସମନ୍ବିତ ଡିଜିଟାଲ ସେବା ସମୂହ
ପୁରୀ ୯/୭ ଚଳିତ ରଥଯାତ୍ରା ପାଇଁ ସମନ୍ବିତ ଡିଜିଟାଲ ସେବା ସମୂହ ଉପଲବ୍ଧ ଉଦ୍ଦେଶ୍ୟ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ୟୁ ଆର(QR )କୋର୍ଡ ଜାରି କରାଯାଇଛି।ଏହା ଦ୍ଵାରା ଶ୍ରଦ୍ଧାଳୁ ଓ ସାଧାରଣ ଲୋକ ବିଭିନ୍ନ ଅତ୍ୟାବଶ୍ୟକ ସେବା ପାଇବା ସହଜ ହୋଇ ପାରିବ।ରଥଯାତ୍ରା ର ସମସ୍ତ ଦୈନିକ ନୀତି କାନ୍ତିର ସବିଶେଷ ସୂଚନା, ନିକଟସ୍ଥ ପାନୀୟ ଜଳ ବିତରଣ କେନ୍ଦ୍ର ର ସୂଚନା, ନିକଟସ୍ଥ ଏଟିଏମ ର ଅବସ୍ଥିତି,ଗନ୍ତବ୍ୟ ସ୍ଥଳକୁ ସହଜରେ ପହଞ୍ଚିବା ପାଇଁ ମାର୍ଗ ମାନଚିତ୍ର ର ସହାୟତା, ନିକଟସ୍ଥ ପେଟ୍ରୋଲ ପମ୍ପ ର ସୂଚନା, ରେଳଷ୍ଟେସନ ସମ୍ବନ୍ଧୀୟ ସୂଚନା, ନିକଟସ୍ଥ ଡାକ୍ତରଖାନା ଏବଂ ଆଶୁ ଚିକିତ୍ସା କେନ୍ଦ୍ର ସମ୍ବନ୍ଧରେ ସୂଚନା, ନିକଟସ୍ଥ ପାର୍କିଂ ସ୍ଥଳର ସୂଚନା, ନିକଟସ୍ଥ ସାର୍ବଜନୀନ ଶୌଚାଳୟ ର ଅବସ୍ଥିତି, ହଜିଥିବା,ପ୍ରାପ୍ତ ଶିଶୁ ଓ ସାମଗ୍ରୀ ଅଭିଯୋଗ ପଞ୍ଜିକରଣ କିମ୍ବା ପ୍ରାପ୍ତ ଶିଶୁ, ସାମଗ୍ରୀ ସମ୍ପର୍କରେ ସୂଚନା, ଏକ ସ୍ପର୍ଶରେ ଜରୁରୀ ସହାୟତା ଓ ଆବଶ୍ୟକୀୟ ସେବା, ବସଷ୍ଟାଣ୍ଡ ସମ୍ପର୍କରେ ସୂଚନା, ନିକଟସ୍ଥ ସମସ୍ତ ସଟଲ ସେବା ସୂଚନା ଓ ଅପଡେଟ, ନିକଟସ୍ଥ ପୋଲିସ ସହାୟତା କେନ୍ଦ୍ର ସମ୍ପର୍କରେ ସୂଚନା ମିଳି ପାରିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
