ଏକତା ଆଗରେ ହାର ମାନିଲା ସମସ୍ୟା
ଏକତା ଆଗରେ ହାର ମାନିଲା ସମସ୍ୟା, କାଲିମେଳା ଗ୍ରାମବାସୀ ନିଜ ଶ୍ରମଦାନରେ ବ୍ରିଜ୍ ନିର୍ମାଣ କଲେମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ମହାରାଜପାଲି ପଞ୍ଚାୟତର MPV-81 ଗ୍ରାମରୁ ଏକ ପ୍ରେରଣାଦାୟୀ ଖବର ସାମ୍ନାକୁ ଆସିଛି, ଯେଉଁଠାରେ ଗ୍ରାମବାସୀଙ୍କ ଏକତା ସାମ୍ନାରେ ସମସ୍ୟା ହାର ମାନିଛି।ଗ୍ରାମ ମଝିରେ ଏକ କେନାଲ ଯୋଗୁଁ ଗାଁ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା। ବିଦ୍ୟାଳୟ, ଖେଳପଡ଼ିଆ, ଦୁର୍ଗା ମଣ୍ଡପ ଏବଂ ଅନ୍ୟ ଜନବସତିକୁ ଯିବା ପାଇଁ ଦୁଇ ମୁଣ୍ଡରେ ବ୍ରିଜ୍ ଥିଲେ ମଧ୍ୟ ଲୋକଙ୍କୁ ପ୍ରାୟ ୧ କିଲୋମିଟର ରାସ୍ତା ବୁଲି ଯିବାକୁ ପଡୁଥିଲା। ବିଶେଷ କରି ଛାତ୍ରଛାତ୍ରୀ ଓ ସ୍ଥାନୀୟ ଜନସାଧାରଣ ଏହି ସମସ୍ୟାକୁ ଦୀର୍ଘ ଦିନ ଧରି ସାମ୍ନା କରୁଥିଲେ।ଏହି ଅସୁବିଧାର ସମାଧାନ ପାଇଁ ଗ୍ରାମବାସୀମାନେ ଏକଜୁଟ୍ ହୋଇ ନିଜ ଶ୍ରମଦାନରେ ଏକ ବ୍ରିଜ୍ ନିର୍ମାଣ କରିଥୂଳେ Įଲେ। ଆଜି ଏହି ବ୍ରିଜ୍ର ଉଦ୍ଘାଟନ କରାଯିବା ପରେ ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ଅଛନ୍ତି।
