ଆସୁଛି ରଥଯାତ୍ରା “

“ଆସୁଛି ରଥଯାତ୍ରା “

ରଜନୀକାନ୍ତ ରଥ, ଜଗନ୍ନାଥପୁର ଶାସନ,ରାଜନଗର, କେନ୍ଦ୍ରାପଡ଼ା ।

ତିନି ରଥ ଠିଆ ରଥଖଳା ଠାରେ
ଦେଖ ହେ ଭକତେ ଦେଖ।
ଆସୁ ଅଚ୍ଛି ଏବେ ଶ୍ରୀଗୁଣ୍ଡିଚା ଯାତ
ସଜେଇ ହେଉଛି ତିନି ରଥ।
ଦାରୁ ଦିଅଁ ଆଜି ଅନବସରରେ
ବଡ଼ ଦେଉଳେ ରେ ଚାଲିଛି ତାଙ୍କ ଚିକିତ୍ସା ।
ଦଇତା ସେବକ ସେବାରେ ଅଛନ୍ତି
ତାଙ୍କରି ଆରୋଗ୍ୟ ପାଇଁ।
ଧିରେ ଧିରେ ସେ ଆରୋଗ୍ୟ ହେଲେଣି ଖାଇ ଜଡ଼ି ବୁଟି ସବୁ।
ମାନବ ଲୀଳା ସେ କରି ଚାଲିଛନ୍ତି
ରହି ବଡ଼ଦେଉଳରେ।
ନେତ୍ରୋତ୍ସବ ପରେ ବାହାରିବେ ପ୍ରଭୁ
ରଥେ ଯାତ୍ରା କରିବାକୁ।
ଭକତ ଚାହିଁଛି ଆସିବେ ତା ପ୍ରଭୁ
ଛାଡ଼ି ବଡ଼ ଦେଉଳକୁ ।
ଶ୍ରୀଗୁଣ୍ଡିଚା ଦିନ ରତ୍ନସିଂହାସନୁ

ଓହ୍ଲାଇ ଆସିବେ ଟାହିଆ ହଲାଇ ପହଣ୍ଡି ବିଜେ ହୋଇ।
ପତିତ ଜନ କୁ ଦେବେ ଦରଶନ
ତିନି ରଥେ ବିଜେ ହୋଇ।
ବଳଭଦ୍ର ଯିବେ ତାଳଧ୍ଵଜ ରଥେ
ଦେବଦଳନେ ସୁଭଦ୍ରା।
ନନ୍ଦିଘୋଷରେ କାଳିଆ ସାଆନ୍ତ
ଉଭା ଆସି ହୋଇଲେଣି।
ମାଉସୀ ଘର କୁ ବାହାରିବେ ଏବେ
ସରିଲେ ଛେରା ପହଁରା।
ଗଜପତି ରାଜା ଆସିବେ ରାଜନଅରୁ। ଘଣ୍ଟ ଘଣ୍ଟା ହରିବୋଲ ହୁଳହୁଳି
ରେ କମ୍ପୁଛି ବଡ଼ଦାଣ୍ଡ।
ତିନି ରଥ ଏବେ ଗଡିବ ବଡ଼ଦାଣ୍ଡରେ
ଚାହିଁଛି ଭକତ ତୁମ୍ଭର ଆଶିଷ ପାଇଁ।
ତୁମ୍ଭର ଆଶିଷେ ହସୁ ଏ ଧରଣୀ
ଉଭାଇ ଯାଉ ସବୁ ଦୁଃଖ ।

ରଜନୀକାନ୍ତ ରଥ ରାଜନଗର

Leave a Reply

Your email address will not be published. Required fields are marked *