କୋଣାର୍କରେ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ବୋମା ମାଡ଼
କୋଣାର୍କ, – କୋଣାର୍କ ବସଷ୍ଟାଣ୍ଡ ସରକାରୀ ସ୍କୁଲ୍ ନିକଟରେ ଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଶନିବାର ପୂର୍ବାହ୍ନରେ ବୋମା ମାଡ଼ ହୋଇଛି। ପୂର୍ବରୁ ଥିବା ମଦ ଦୋକାନରେ କାମ କରୁଥିବା ଜଣେ ଯୁବକ ତଥା ପୁରୁଣା କର୍ମଚାରୀ ୨ଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସ୍ଥାନୀୟ ଲୋକଙ୍କ ପକ୍ଷରୁ ସୁଚନା। ବୋମା ମାଡ଼ରେ କାହାର କ୍ଷତି ହୋଈ ନଥିବା ବେଳେ ଦୋକାନ ଗ୍ରିଲ ନଷ୍ଟ ହୋଇଛି। ୨ ଟି ବୋମା ମାଡ଼ରେ ଦୁଇଟି ଜାଗାରେ ଗ୍ରିଲ୍ ଭାଙ୍ଗି ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇ ପୋଲିସର ତନାଘନା ଜାରି ରହିଛି। କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରି, ନିମାପଡ଼ା ଉପଖଣ୍ଡ ଆରକ୍ଷୀ

ଅଧିକ୍ଷକ ଜନାର୍ଦ୍ଦନ ପାଢ଼ୀ ଓ ପୁରୀ ଜିଲ୍ଲା ଫରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନ୍ସିକ୍ ଟିମ୍ ବୋମାର ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏନେଇ ମଦ ଦୋକାନ ତତଫରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିବାକୁ ଚେଷ୍ଟା ଚଳାଇଛି।
