ନାରୀ ହିଁ ସମାଜର ମାର୍ଗ ଦର୍ଶିକା ଓ କଲ୍ୟାଣମୟୀ
ନାରୀହିଁ ସମାଜର ମାର୍ଗ ଦର୍ଶିକା ଓ କଲ୍ୟାଣମୟୀ l
ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଅଛି l ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ସହ ବେଦପlଠ,ସହ ଜଗନ୍ନାଥ ଅଷ୍ଟକମ ଗାନ କରାଯାଇଥିଲା l ଏହି ସଭାରେ ଅଧ୍ୟକ୍ଷତା କରିଥିଲେ ପ୍ରାଧ୍ୟାପକ ଡ଼. ବଳରାମ ଦାଶ l ସେ କହିଲେ, ନାରୀ ସମଗ୍ର ବିଶ୍ୱର ମାର୍ଗଦର୍ଶିକା, କଲ୍ୟାଣ ମୟୀ, ଆଲୋକବର୍ତ୍ତିକା ଯୁଗେ ଯୁଗେ ପବିତ୍ର l

ମୁଖ୍ୟ ଅତିଥି ରୁପେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ସଂସ୍କୃତ ପ୍ରାଧ୍ୟାପିକା ତଥା ସେହି ମହା ବିଦ୍ୟାଳୟ ର ଶକ୍ତିଶ୍ରୀ ର ସଂଯୋଜିକା ଡ଼ ସସ୍ମିତା ମେକlପ ଯୋଗଦେଇ ନାରୀହିଁ ମହାଶକ୍ତି ସ୍ୱରୂପିଣୀ ପ୍ରେରଣା ଦାୟୀ ଓ ନାରୀ ସୁରକ୍ଷl ସମ୍ପର୍କରେ ଆଲୋକପାତ କରିଥିଲେ l ଆମ୍ଭ ମହାବିଦ୍ୟାଳୟ ର ଶକ୍ତିଶ୍ରୀ କାର୍ଯ୍ୟକ୍ରମର ସଂଯୋଜିକା ତଥା ଅଧ୍ୟକ୍ଷl ଡ଼. ମୀରାରାଣୀ ଖଣ୍ଡୁଆଳ ଛଦିନର ଶକ୍ତିଶ୍ରୀ ପ୍ରଶିକ୍ଷଣର ସଫଳତା ତଥା ଛାତ୍ରଛାତ୍ରୀ ମାନଙ୍କୁ ରାଷ୍ଟ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ ସହ ସମାଜ ସେବା ପାଇଁ ପରାମର୍ଶ ଦେଇଥିଲେ l ମୁଖ୍ୟ ବକ୍ତା ରୁପେ ଶ୍ରୀ ଜଗନ୍ନାଥ ବେଦକର୍ମକାଣ୍ଡ ମହାବିଦ୍ୟାଳୟର ଅଧ୍ୟକ୍ଷl ଡ଼. ହରପ୍ରିୟା ଦାଶ ଯୋଗଦେଇ ଛାତ୍ରୀମାନେ ପରିବାରରୁ ସଂସ୍କାର ପାଇବା ସହ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଠାରୁ ମୂଲ୍ୟବୋଧ ଶିକ୍ଷl ପାଇ ସମାଜର ମଙ୍ଗଳ କରନ୍ତି l ନାରୀ ଶକ୍ତି ଶାଳୀ,ଭବିଷ୍ୟତର ଜାଗ୍ରତ ପ୍ରହରୀ l ଦିବ୍ୟଦର୍ଶନ ର ସଭାପତି ତଥା କବୟିତ୍ରୀ ପ୍ରଭାସିନୀ ମିଶ୍ର ସମ୍ମାନିତ ଅତିଥି ରୁପେ ଓ ଶକ୍ତିଶ୍ରୀ ଆତ୍ମକୌଶଳ ଶିବିରର ପ୍ରଶିକ୍ଷିକା ଶ୍ରୀମତୀ ପୁଷ୍ପାଞ୍ଜଳି ମିଶ୍ର ଯୋଗଦେଇ ଛାତ୍ରୀ ମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ସମସ୍ତେ ଜଣେ ଜଣେ ଶକ୍ତି ଶ୍ରୀ ହେବl ପାଇଁ ପରାମର୍ଶ ଦେଇଥିଲେ l ଛାତ୍ରଛାତ୍ରୀ ମାନେ ଓ ଅଧ୍ୟlପକ ଡ଼ ଶ୍ରୀ ନିବାସ ସାହୁ ପରିଚାଳନା କରିଥିଲେ l
