ସର୍ପ ରେ ଜାତ କଲୁ ମତେ।
କବିତା ର ଶୀର୍ଷକ –
ସର୍ପ ରେ ଜାତ କଲୁ ମତେ।
ଆଶୁ କବି – ହରିହର ସାହୁ,
ଢେଙ୍କାନାଳ।
ସର୍ପ ରେ ଜାତ କଲୁ ମତେ
ପ୍ରକୃତି ଛାଡିବି କେମନ୍ତେ।।
ମହୀ ମଣ୍ଡଳ ମଧ୍ୟେ ଘର
ମାନବ ଜନ୍ମ ଅଟେ ମୋର।
ବିଶ୍ବ ନିଅନ୍ତା ପ୍ରଭୁ ହରି
ବିଶ୍ବାସ ଅଛି ପୂର୍ଣ୍ଣ ଭରି।।
ମଣିଷ ମନ ପ୍ରଭୁ ପଦେ
ରଖନ୍ତି ବିପଦ ସମ୍ପଦେ।।
ପଞ୍ଚ ମନକୁ ଥୟ କରି
ହୃଦେ ପାଆନ୍ତି ନରହରି।।
ଯାହାର ଯେମିତି ପ୍ରକୃତି
ଶରୀର ଗଠନ ସେମିତି।।
ପ୍ରକୃତି ନ ବଦଳେ କେବେ
ବିଭୁ ନଥାନ୍ତି ହୃଦେସେବେ।।
ଚରିତ୍ର ଯାହାର ସଂସ୍କାର
ହୃଦୟ ନିର୍ମଳ ତାହାର।।
ଗୋବିନ୍ଦ ଗୋପାଳ ଗୋବିନ୍ଦ
ବିଭୁ ରୂପେ ଯେ ପୂର୍ଣ୍ଣିଚନ୍ଦ୍ର।
ଦୟା କ୍ଷମା ଯେ ନାହିଁ ଯାର
ସର୍ପ ରୂପକ ବିଷଧର।।
ତାଙ୍କର ଦୟା ଧର୍ମ ନାହିଁ
ମାନବ ରୂପେ ଗଣା ନହିଁ।
ଧନ ବଢିଲେ ଅହଂକାର
ହୁଅଇ ମାନବ ନିଷ୍ଠୁର।
ମଣିଷ କରିଲେ ଉତ୍ୟକ୍ତ
ସର୍ପ ହୋଇବ ବିଷ ଯୁକ୍ତ।
ସର୍ପରେ ଜାତ କଲୁ ମତେ
ପ୍ରକୃତି ଛାଡିବି କେମନ୍ତେ।।
(ରାଜ୍ୟ, ପ୍ରକୃତି ବନ୍ଧୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ, ଓଡ଼ିଶା, ୭୫୯୦୧୬
