ମହିୟସୀ ମାଆ ରମାଦେବୀ ତୁମେ ଓଡ଼ିଶା ର ନାରୀ ନେତ୍ରୀ
କବିତା ର ଶୀର୍ଷକ – ରମା ଦେବୀ
ଆଶୁ କବି – ପ୍ରକୃତି ବନ୍ଧୁ ହରିହର ସାହୁ
ମହିୟସୀ ମାଆ ରମାଦେବୀ ତୁମେ ଓଡ଼ିଶା ର ନାରୀ ନେତ୍ରୀ
ହୃଦୟ ମଧ୍ୟରେ ପୂଜା ପାଉଅଛ
ରହିଅଛି ତୁମ କୀର୍ତ୍ତି।।
ଅଠର ଶତକ ଅନେଶ୍ବତ ବର୍ଷ
ଡିସେମ୍ବର ତିନି ଦିନ
ସତ୍ୟଭାମା ପୁର ଗ୍ରାମରେ ଜନମ ଲଭିଲ ତୁମ ପାଇଁ ଆମେ ଧନ୍ୟ।
ଗୋପାଳ ବଲ୍ଲଭ , ବାସନ୍ତୀ ଦେବୀ ଙ୍କ
ଅଲିଅଳୀ କନ୍ୟା ହୋଇ
ତୁମ ଭଳି ରତ୍ନ କୋଳରେ ଲଭିଲେ
ଅତି ଭାଗ୍ୟବାନ ସେହି।
ଗୋପବନ୍ଧୁ ଚୌଧୁରୀ ସ୍ବାମୀ ଯେ ତୁମର
ବିବାହ ବନ୍ଧନେ ରହି
ସ୍ବାଧୀନତା ପାଇଁ ସଂଗ୍ରାମ କରିଲ
ଦେଶ ପ୍ରିତି ବ୍ରତ ନେଇ।
ନବ କୃଷ୍ଣ ତୁମ ଦେବର ଥିଲେ ଯେ
ମାଳତୀ ଚୌଧୁରୀ ଯାଆ
ମନମୋହନ ପୁତ୍ର ଯେ ତୁମର
ଅନ୍ନପୂର୍ଣ୍ଣା ତୁମ ରାହା।
ଗୋଟିଏ ପୁତ୍ର ଗୋଟିଏ କନ୍ୟା
ଜନମ ଦେଇଛ ତୁମେ
ସତ୍ୟଭାମା ପୁର ଧନ୍ୟ ହୋଇଅଛି
ବିହି ଲେଖିଥିଲା କର୍ମେ।
ସ୍ବାଧୀନତା ପଥେ ଯୋଗ ଦେଇଥିଲେ
ଚଉଧୁରୀ ବଂଶଧର
ଇତିହାସ ପୃଷ୍ଠେ ନାମ ରଖିଥିଲ
ସଂଗ୍ରାମ ଅଟେ ତୁମର
ଗାନ୍ଧୀଙ୍କ ଆଦର୍ଶ ଗାନ୍ଧୀ ଙ୍କ ପ୍ରେରଣା ସ୍ବାଧୀନତା ପଥ ପାଇଁ
ମଧୁସୂଦନ ଓ ଗାନ୍ଧୀ ଙ୍କ ସହିତ
ସାମିଲ ହୋଇଲ ଯାଇ।
ମହୀ ମଣ୍ଡଳ ରେ ଜନମ ଲଭିଣ ଦେଶ ସେବାକୁ ଆଦରି
ଓଡ଼ିଆ ଅସ୍ମିତା ଓଡ଼ିଆ ସଂସ୍କୃତି ନେଇଥିଲ ବ୍ରତ କରି।
ଉଣେଇଶ ଶହ ପଞ୍ଚାଅଶୀ ମସିହା ଜୁଲାଇ ବାଇଶି ଦିନ
ସ୍ବର୍ଗ ସୁଖ ତୁମେ ଲଭିଣ ବ୍ରହ୍ମାଣ୍ଡୁ ହୋଇଗଲ ଅନ୍ତର୍ଦ୍ଧାନ।
କେହି ରହି ନାହିଁ ରହିବ ନାହିଁ ଯେ
ମର୍ତ୍ତ୍ୟ ମଣ୍ଡଳ ରେ ଜାଣ
ମଣିଷ ଜୀବନ ପାଣିର ଫୋଟକା
ବିଧି ବିଧାତା ବନ୍ଧନ।
(ପ୍ରକୃତି ବନ୍ଧୁ, ରାଜ୍ୟ ପୁରସ୍କାର ଓ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ)
ଇଲେଇଜଙ୍ଗ, ଗଁଦିଆ, ଢେଙ୍କାନାଳ
