ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର

ଜଳେଶ୍ଵର:- ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର । ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା 57 ନମ୍ବର ରାଜ୍ଯ ରାଜପଥ ଚନ୍ଦନେଶ୍ଵର ୟୁନିୟନ ବ୍ୟାଙ୍କ କୁ ଲୁଟିନେଲେ ଦୁର୍ବୁତ୍ତ। 6 ରୁ 7 ଜଣ ଦୁର୍ବୁତ୍ତ ଗ୍ରାହକ ସାଜି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। କିଛି ସମୟ ବସିବା ପରେ ବାହାରେ ଥିବା କିଛି ଦୁର୍ବୃତ୍ତ ବ୍ୟାଙ୍କ କୁ ବାହାର ପଟୁ ବନ୍ଦ କରିବା ପରେ ଭିତରେ ଥିବା ଲୁଟେରା ମାନେ ମ୍ୟାନେଜର ଓ ଗ୍ରାହକ ମାନଙ୍କୁ ବନ୍ଧୁକ ଓ ଛୁରା ଦେଖାଇଥିଲେ । ଗ୍ରାହକ ଏବଂ ମବେଙ୍କ ମ୍ୟାନେଜର ଭୟଭିତ ହେବା ପରେ ବ୍ୟାଙ୍କ କର୍ମଚାରୀଙ୍କୁ ଆଣ୍ଠେଇ ଦେବା ସହିତ ଗ୍ରାହକ ମାନଙ୍କ ପାଖରୁ ମୋବାଇଲ ଛଡାଇ ନେବା ସହିତ ଗ୍ରାହକ ଙ୍କ ପାଖରେ ଥିବା ଟଙ୍କା ଏବଂ ବ୍ୟାଙ୍କରେ ଥିବା ଲକ୍ଷାଧିକ ଟଙ୍କା ସୁନା ଅଳଙ୍କାର ଲୁଟି ନେଇ ବ୍ୟାଙ୍କକୁ ବାହାର ପଟୁ ତାଲା ପକାଇ ପଶ୍ଚିମବଙ୍ଗ ଅଭିମୁଖେ ବାଇକ୍ ଯୋଗେ ଫେରାର ହୋଇଯାଇଥିଲେ। ଘଟଣା ସ୍ଥଳରେ ପୂର୍ବାଞ୍ଚଳରେ ଆଇଜି ହିମାଂଶୁ ଲାଲ୍, SP ସାଗରିକା ନାଥା, ଜଳେଶ୍ଵର SDPO , ତାଳସାରୀ ମେରାଇନ୍ ପୋଲିସ ପହଞ୍ଚି ସିସି ଟିଭି ଯାଞ୍ଚ କରିବା ସହିତ ଅଧିକ ତଦନ୍ତ କରୁଛି। ତେବେ କେତେ ଟଙ୍କା ଲୁଟ ହେଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ସୂଚନା ଦେଇପାରିନାହାନ୍ତି ବ୍ୟାଙ୍କ କର୍ମଚାରୀ।

Leave a Reply

Your email address will not be published. Required fields are marked *