ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ଆପୋଲୋ ହସ୍ପିଟାଲ୍‌ସ ରାଉରକେଲା ବିଘ୍ନ ମସ୍ତିଷ୍କ ଦିବସ ଅବସରରେ ତିନୋଟି ବିଦ୍ୟାଳୟରେ ମସ୍ତିଷ୍କ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ …..

ରାଉରେକଲା: ଆପୋଲୋ ହସ୍ପିଟାଲ୍ସ ରାଉରେକଲା ମସ୍ତିଷ୍କ ଦିବସ ପାଳନ ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ, ବଣ୍ଡାମୁଣ୍ଡା, ଗୁରୁ ନାନକ ପବ୍ଲିକ ସ୍କୁଲ୍, ସେକ୍ଟର-୨୧ ଏବଂ ଏନ୍.ଏ.ସି. (ଏସ୍.ଟି.) ନୋଡାଲ ହାଇସ୍କୁଲ୍, ସେକ୍ଟର-୬ରେ ୨୫୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ବିଦ୍ୟାଳୟ ପ୍ରଶାସକଙ୍କ ପାଇଁ ମସ୍ତିଷ୍କ ସେଚତନତା ଆଲୋଚନା ଓ ଇଣ୍ଟରାକ୍ଟିଭ୍ ସେଚେତନତା ଅଧିବେଶନ ଆୟୋଜନ କରିଥିଲା। ଏହା ହସ୍ପିଟାଲର ପ୍ରତିରୋଧାତ୍ମକ ସ୍ୱାସ୍ଥ୍ୟସେବ ଏବଂ ସମୁଦାୟ ସେଚତନତା ପ୍ରତି ଚାଲୁଥିବା ପ୍ରତିବଦ୍ଧତାର ଏକ ଅଂଶ।
ଏହି ସଚେତନତା କାର୍ଯ୍ୟକ୍ରମରେ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ, ନିୟମିତ ଶାରୀରିକ ବ୍ୟାୟାମ, ପର୍ଯ୍ୟାପ୍ତ ନିଦ୍ରା, ମାନସିକ ଚାପର ପରିଚାଳନା ଏବଂ ଡିଜିଟାଲ୍ ଉପକରଣର ଦାୟି ପୂର୍ଣ୍ଣ ବ୍ୟବହାର ମାଧ୍ୟମରେ ସୁସ୍ଥ ମସ୍ତିଷ୍କ ବଜାୟ ରଖିବାର ଗୁରୁତ୍ତ୍ବ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଇଥିଲା। ଏହି ଅଧିବେଶନଗୁଡ଼ିକରେ ସ୍ନାୟୁ ଜନିତ ରୋଗର ପ୍ରାରମ୍ଭିକ ସତର୍କ ସଙ୍କେତ, ସମ‌ୟୋପଯୋଗୀ ରୋଗ ନିର୍ଣ୍ଣୟର ଗୁରୁ ଏବଂ କେବ ଚିକିତ୍ସା ପରାମର୍ଶ ନେବା ଆବଶ୍ୟକ, ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରାଯାଇଥିଲା।
ଇଣ୍ଟରାକ୍ଟିଭ୍ ଶୈଳୀରେ ପରିଚାଳିତ ଏହି ଅଧିବେଶନଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଆପୋଲୋର ସ୍ନାୟୁ ବିଶେଷଜ୍ଞମାନଙ୍କୁ ସିଧାସଳଖ ପ୍ରଶ୍ନ ପଚାରିବା ପାଇଁ ଉତ୍ସାହିତ କରାଯାଇଥିଲା।। ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କୁ ସେମାନଙ୍କର ଜ୍ଞାନଗତ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ବ୍ୟବହାରିକ ଜ୍ଞାନ ପ୍ରଦାନ କରିବା ଏବଂ ଆଜୀବନ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହିତ କରିବା।
ଏହି ଅବସରରେ ଆପୋଲୋ ହସ୍ପିଟାଲ୍ସ ରାଉରେକଲାର ବରିଷ୍ଠ ପରାମର୍ଶଦାତା ନ୍ୟୁରୋଲୋଜି ଡା, ଦୀପ୍ତି ରଞ୍ଜନ ତ୍ରିପାଠୀ କହିଥିଲେ, “ଏକ ସୁସ୍ଥ ମସ୍ତିଷ୍କର ଆରମ୍ଭ ସୁସ୍ଥ ଅଭ୍ୟାସରୁ ହୋଇଥାଏ। ଛାତ୍ରଛାତ୍ରୀମାନଙ୍କୁ ଭଲ ଖାଦ୍ୟ ଖାଇବା, ସକ୍ରିୟ ରହିବା, ପର୍ଯ୍ୟାପ୍ତ ନିଦ୍ରା ନେବା ଏବଂ ସବୁବେଳେ ଜାଣିବା ପାଇଁ ଆଗ୍ରହୀ ରହିବାକୁ ଉତ୍ସାହିତ କରି ଆମେ ସେମାନଙ୍କୁ ଅଧିକ ସଶକ୍ତ ମନ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସକ୍ଷମ କରୁଛୁ। ଆପୋଲୋ ହସ୍ପିଟାଲ୍‌ସ ରାଉରକେଲାର ବରିଷ୍ଠ ପରାମର୍ଶଦାତା ନ୍ୟୁରୋସର୍ଜରୀ ଡା. ଆୟୁଷ୍ମାନ ଶତପ‌ଥୀ କହିଥିଲେ, “ଶାରୀରିକ ସ୍ୱାସ୍ଥ୍ୟ ପରି ମସ୍ତିଷ୍କ ସ୍ୱାସ୍ଥ୍ୟ ମଧ୍ୟ ସମାନ ଗୁରୁତ୍ତ୍ବର ଦାବି କରେ । ସତର୍କ ସଙ୍କେତଗୁଡ଼ିକର ପ୍ରାରମ୍ଭିକ ଚିହ୍ନଟ ଏବଂ ସମୟୋପଯୋଗୀ ଚିକିତ୍ସା ହସ୍ତକ୍ଷେପ ସ୍ନାୟୁ ଜନିତ ରୋଗରେ ପୀଡ଼ିତ ରୋଗୀମାନଙ୍କର ଚିକିତ୍ସା ଫଳାଫଳକୁ ଯଥେଷ୍ଟ ଉନ୍ନତ କରିପାରେ । ହସ୍ପିଟାଲ୍‌ସ ର ବରିଷ୍ଠ ପରାମର୍ଶଦାତା ନ୍ୟୁରୋଲୋଜି ଡା. ଅଭିଷେକ ନନ୍ଦା କହିଥିଲେ, “ପୁଷ୍ଟିକର ଖାଦ୍ୟ, ନିୟମିତ ବ୍ୟାୟାମ, ଗୁଣାତ୍ମକ ନିଦ୍ରା, ମାନସିକ ଚାପର ସଠିକ୍ ପରିଚାଳନା ଏବଂ ଅତ୍ୟଧିକ ସ୍କ୍ରିନ୍‌ ବ୍ୟବହାରକୁ ସୀମିତ ରଖିବ ପରି ସରଳ ଜୀବନୈଶଳୀ ଅଭ୍ୟାସ ମସ୍ତିଷ୍କ ସ୍ୱାସ୍ଥ୍ୟର ସୁରକ୍ଷା ସହ ଜୀବନର ସାମଗ୍ରିକ ଗୁଣାତ୍ମକ ମାନ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।
ଏଭଳି ପଦକ୍ଷେପ ମାଧ୍ୟମରେ ଆପୋଲୋ ହସ୍‌ପିଟାଲ ରାଉରକେଲା ପଶ୍ଚିମ ଓଡ଼ିଶାରେ ନିୟମିତ ସମୁଦାୟ ସେଚେତନତା ଏବଂ ଶିକ୍ଷାମୂଳକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ବିଶ୍ୱ ମସ୍ତିଷ୍କ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମସ୍ତିଷ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସେଚତନତା ବୃଦ୍ଧି କରିବା ସହ ଯୁବପିଢିଙ୍କ ମଧ୍ୟରେ ସୁସ୍ଥ ଜୀବନେଶୈଳୀକୁ ଉତ୍ସାହିତ କରିବା ପାଇଁ ହସ୍ପିଟାଲର ନିରନ୍ତର ପ୍ରୟାସର ପ୍ରତିଫଳନ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *