ଆହେ ମହାବାହୁ
“ଆହେ ମହାବାହୁ”
ରଜନୀକାନ୍ତ ରଥ, ଜଗନ୍ନାଥପୁର ଶାସନ ,ରାଜନଗର ,କେନ୍ଦ୍ରାପଡ଼ା।
ଆହେ ମହାବାହୁ ଶରଣ ଗଲି ତୋ ପାଦଗତେ
ରଖିଲେ ରଖିବ ମାରିଲେ ମାରିବ
ତୋ ବିନୁ ନହିଁ ମୋ ଅନ୍ୟ ଗତି।
ଅରକ୍ଷର ନାଥ ଆହେ ଜଗନ୍ନାଥ
ରକ୍ଷା କର ମୋତେ ପରlବlରୁ।
ମାୟା ମୋହ ମୋର ସବୁ ହରିନିଅ
ରଖ ମୋତେ ତୁମ ବାହୁ ତଳେ।
ଅଗତିର ଗତି ଆହେ ଭାବଗ୍ରାହୀ
ଭବସାଗର ରୁ ପାରିକର।
ଶରଣ ରକ୍ଷଣ ଆହେ ଦୀନବନ୍ଧୁ
ଦୀନ ଜନେ ତୁମେ ଦୟlକର।
ବସି ନୀଳାଚଳେ କି ଲୀଳା କରୁଛ
ଭାସୁଛି ମୁଁ ଏବେ ସିନ୍ଧୁ ଜଳେ।
ସିନ୍ଧୁସୂତା ପତି ରଖ ମୋ ମିନତୀ
ରଖ ମୋତେ ତୁମ ପାଦ ତଳେ
ଏତିକି ମିନତୀ ଆହେ ଲକ୍ଷ୍ମୀପତି
ମାୟା ବନ୍ଧନରୁ ମୁକ୍ତି କର।
ପତି ରଖ ମୋ ମିନତୀ
