ସି ବି ଏସ୍ ସି ଜୋନାଲ ଟାଇକୋଣ୍ଡା ଚାମ୍ପିୟନସିପ୍ ଅନୁଷ୍ଠିତ
ଚଳିତ ମାସ ତା-୧୯ ଠାରୁ ୨୧ରିଖ ପର୍ଯ୍ୟନ୍ତ ପୁରୁଲିଆ, ପଶ୍ଚିମବଙ୍ଗ ଠାରେ ସି ବି ଏସ୍ ସି ଜୋନାଲ ଟାଇକୋଣ୍ଡା ଚାମ୍ପିୟନସିପ୍ ଅନୁଷ୍ଠିତ ହୋଇଥିଲା। ସେଥିରେ ପୁରୀ ଜିଲ୍ଲାର ବାଲିଘାଇ ସ୍ଥିତ ଚନ୍ଦ୍ରଶେଖର ଏକାଡ଼େମୀ ବିଦ୍ୟାଳୟର ଛାତ୍ର ପ୍ରିୟାଂଶୁ ସ୍ୱାଇଁ, ୧୭ ବର୍ଷରୁ କମ୍ ଓ ୫୯ କେଜି ବାଳକ ବିଭାଗରୁ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ। ସେ ଏହି ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ହାସଲ କରି ସୁନାମ ଅର୍ଜନ କରିବା ସହ ବିଦ୍ୟାଳୟ, ପରିବାର ଓ ଟାଇକୋଣ୍ଡୋ ଏକାଡ଼େମୀର ନାମ ଉଜ୍ଜ୍ୱଳ କରିଛନ୍ତି।
