ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ।ପୁରୀ ୨୮/୭ ଚଳିତ ରଥଯାତ୍ରା

ଜିଲ୍ଲାପାଳ ଙ୍କ କୃତଜ୍ଞତା ଜ୍ଞାପନ।ପୁରୀ ୨୮/୭ ଚଳିତ ରଥଯାତ୍ରା ଶୃଙ୍ଖଳାର ସହ ଶେଷ ହୋଇ ଥିବାରୁ ଜିଲ୍ଲାପାଳ ଦିବ୍ଯ ଜ୍ୟୋତି ପରିଡା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।ରଥଯାତ୍ରା ର ପ୍ରଥମ ସୋପାନ ସ୍ନାନ ଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମାପନ ହୋଇଥିଲା।ପରେ ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ, ଅଧରପଣା ଓ ରଥଯାତ୍ରା ର ଶେଷ ସୋପାନ ନୀଳାଦ୍ରି ବିଜେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି।ବିଗତ ବର୍ଷ ମାନଙ୍କ ତୁଳନାରେ ପୁରୀ କୁ ଅଧିକ ଶ୍ରଦ୍ଧାଳୁ ଙ୍କ ଆଗମନ ଓ ପ୍ରତିକୂଳ ପାଗ ସତ୍ତ୍ୱେ ମହାପ୍ରଭୁଙ୍କ ଆଶୀର୍ବାଦ ରୁ ସବୁ କିଛି କୁଶଳ, ମଙ୍ଗଳ ରେ ସମ୍ପୂର୍ଣ୍ଣ ହୋଇଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି।ଏଥିପାଇଁ ସେ ରାଜ୍ୟ ସରକାର,ଲୋକ ପ୍ରତିନିଧି, ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ସମସ୍ତ ପ୍ରଶାସନିକ ଅଧିକାରୀ,ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ, ସୁରକ୍ଷା ଅଧିକାରୀ ଓ କର୍ମଚାରୀ,ପୁରୀ ମହାନଗର ନିଗମର ଅଧିକାରୀ ଓ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି, ସ୍ବେଚ୍ଛାସେବୀ ସଂଗଠନ, ଜିଲ୍ଲାର ସମସ୍ତ ନାଗରିକ,ବୁଦ୍ଧିଜୀବୀ ଓ ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *