ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ଉତ୍କଳ ରତ୍ନ ସମ୍ମାନ

*ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ଉତ୍କଳ ରତ୍ନ ସମ୍ମାନ* ପୁରୀ : ୨୭.୦୭.୨୦୨୬ରିଖ, ଶନିବାର ଦିନ ପବିତ୍ର ରଥଯାତ୍ରା ଓ ସୁନାବେଶ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୩୧ତମ ସୁନାବେଶ ଭଜନ ସମାରୋହ ଶରଧାବାଲି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଏବଂ ଓଡ଼ିଶା ବାହାରର ବହୁ ବିଦ୍ୱାନ, ଭକ୍ତ ତଥା ସଂସ୍କୃତିପ୍ରେମୀ ଯୋଗଦାନ କରିଥିଲେ। ଭକ୍ତି ସଙ୍ଗୀତ, ନୃତ୍ୟ ପରିବେଷଣ, ଆଧ୍ୟାତ୍ମିକ ଭାବବୋଧ ଭିତରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୈବେଦ୍ୟ ଅର୍ପଣ କରାଯାଇଥିଲା। ଏହି ଆଧ୍ୟାତ୍ମିକ ଭଜନ ସମାରୋହରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବହୁ କୃତବିଦ୍ୟ ବ୍ୟକ୍ତିତ୍ବଙ୍କୁ ମଧ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷା ସାହିତ୍ୟ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପରିପ୍ରସାର ନିମନ୍ତେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ “ଉତ୍କଳ ରତ୍ନ ସମ୍ମାନ -୨୦୨୬”ରେ ଭୂଷିତ କରି ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିନା ପ୍ରଦାନ କରାଯାଇଥିଲା। ଏଥିସହିତ ସମାରୋହ ତରଫରୁ ଶ୍ରୀମନ୍ଦିର ପ୍ରଶାସକ ଏବଂ ପୁରୀ ଜିଲ୍ଲାପାଳଙ୍କୁ ମଧ୍ୟ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବାବେଳେ ଏକାଧିକ କଳାକାରଙ୍କୁ ‘ସୁନାବେଶ ସମ୍ମାନ’ ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଗୀତିକାର ବଦ୍ରି ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ ବରିଷ୍ଠ ଦଇତାପତି ମନୋଜ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *