ଆସିକା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ
ଆସିକା ପୋଲିସର ବଡ଼ କାର୍ଯ୍ୟାନୁଷ୍ଠାନ, କାଳଷଣ୍ଢପୁରୁ ଜବତ ହେଲା ୯ଟି ବେଆଇନ ବାଲି ହାଇୱାଆସିକା, ୨୮ /୭/୨୬ ବେଆଇନ ବାଲିଘାଟରୁ ବେଆଇନ ବାଲି ଚାଳଣକୁ ଦୃଷ୍ଟିରେ ରଖି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ । ଖବରମୁତାବକ ଆସିକା କାଳଷଣ୍ଢପୁର ଦେଇ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ କାଳଷଣ୍ଢପୁର ଛକରେ ପୋଲିସ ଚଢାଉ କରି ୯ଟି ବାଲି ବୋଝେଇ ହାଇୱାକୁ ଜବତ କରିଛି । ସନ୍ଧ୍ୟା ସମୟରେ ଆରମ୍ଭ ହୋଇ ରାତି ତମାମ ଏହି ରାସ୍ତା ଦେଇ ବାଲି ଚୋରାଚାଳଣ ହୁଏ । ଏପରିକି ଚଢା ଦରରେ ରାଜ୍ୟ ବାହାରକୁ ଚୋରା ଚାଲାଣ ହେଉଥିଲା ବୋଲି ବିଶେଷ ସୁତ୍ରରୁ ଖବର ପାଇ ଆସିକା ଏସ.ଡି.ପି.ଓ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ଗାଡି ଗୁଡିକୁ ଅଟକାଇ ଥିଲେ । ସମସ୍ତ ଗାଡିକୁ ଆସିକା ଥାନାରେ ଅଟକ ରଖାଯାଇ କାଗଜପତ୍ର ଯାଞ୍ଚ କରାଯାଉଛି । ଏହି ବେଆଇନ କାରବାର ପଛରେ କେଉଁ ବ୍ୟକ୍ତି ରହିଛନ୍ତି ଏବଂ ଏହି କାରବାରରେ କିଏ ଲିପ୍ତ ରହିଛନ୍ତି ସେମାନଙ୍କୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ କରୁଛି ।ଆସିକା ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଛନ୍ତି । ଏପରିକି ବେଆଇନ କାରବାର ବନ୍ଦ ଅଭିଯାନକୁ ତ୍ବରାନ୍ବିତ କରିବା ନିମନ୍ତେ ଆସିକା ପୋଲିସର ଏହି ଚଢ଼ାଉ ଆଗାମୀ ଦିନ ମାନଙ୍କରେ ମଧ୍ୟ ଜାରି ରହୁ ବୋଲି ସାଧାରଣରେ ଦାବି ରହିଛି । ଏଠାରେ ସୁଚନା ଥାଉକି ଶେରଗଡ଼ ବ୍ଳକ ଅନ୍ତର୍ଗତ ତହଁର ନିକଟସ୍ଥ ଥିବା ବିଜୁ ସେତୁର ଅତି ନିକଟରେ ବାଲି ଉଠାଣ ନେଇ ଋଷିକୂଲ୍ୟା ନଦୀରେ ଭିତରେ ପଥର ପକାଯାଇ ବାଲି ଉଠାଣ ନେଇ ରାସ୍ତା କରଯାଇଛି ।ଶୁଣିବାରେ ମିଳେ କି କୁଆଡେ କିଏ ଜଣେ ପ୍ରଭାବଶାଳୀ ବ୍ୟକ୍ତି ଏହି ପୋଲର ଅତି ନିକଟରୁ ବାଲି ଉଠାଣ ନେଇ ଯୋଜନା ପ୍ରସୁତ କରୁଛନ୍ତି ।ଏପରିକି ଲୋକଙ୍କ ପାଇଁ ଧନଜୀବନ ଏବଂ ବନ୍ୟା ଜଳ ନେଇ ଥିବା ସୁରକ୍ଷାରେ ଥିବା ଆଡିବନ୍ଧ ଖୋଲିତାଡି ରାସ୍ତା ମଧ୍ୟ ତିଆରି କରାଯାଇଛି ।ତେଣୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ଦେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।
