ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବିଶ୍ୱ ପ୍ରକୃତି ଦିବସ ପାଳନଗଞ୍ଜାମ

ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ବିଶ୍ୱ ପ୍ରକୃତି ଦିବସ ପାଳନଗଞ୍ଜାମ ୨୮/୦୭/୨୬ ଗଞ୍ଜାମ ବ୍ଲକ୍ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ ତରଫରୁ ସ୍ଥାନୀୟ ରମ୍ଭା ସରସ୍ଵତୀ ଶିଶୁ ମନ୍ଦିର ଠାରେ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ ସମେତ ଚାରା ରୋପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପରିଚାଳନା ସଭାପତି ଏ ନରସିଂହ ସୁବୁଦ୍ଧି,ସମ୍ପାଦକ ପ୍ରସନ୍ନ କୁମାର ମିଶ୍ର(ଅବସର ପ୍ରାପ୍ତ ରମ୍ଭା କଲେଜ ଅଧ୍ୟକ୍ଷ), ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘର ସଭାପତି ତଥା ଅବସର ପ୍ରାପ୍ତ ଶିକ୍ଷାବିତ୍ ବାନାମ୍ବର ପଲେଇ, ସମ୍ପାଦକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମହାରଣା, ବରିଷ୍ଠ ସଦସ୍ୟ ଅବସର ପ୍ରାପ୍ତ ପ୍ରକୃତି ବନ୍ଧୁ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ଵାଳ, ସୁଦର୍ଶନ ସାହୁ, ଅବସର ପ୍ରାପ୍ତ ବନ ବିଭାଗ ସେକ୍ସନ ଅଫିସର ଅଶୋକ କୁମାର ସାହୁ, ଅବସର ପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ସାହୁ, ରମ୍ଭା ବନପାଳ ପ୍ରଶାନ୍ତ କୁମାର ରାଓ ପ୍ରମୁଖ ଯୋଗ ଦେଇ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନଙ୍କୁ ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ପାଳନ ଅବସରରେ ଏହାର ଆବଶ୍ୟକତା ଉପରେ ସଚେତନତା ପ୍ରଦାନ କରି ଚାରା ରୋପଣ କରିଥିଲେ । ଶିକ୍ଷାନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ମାନେ ପ୍ରକୃତି ସଂରକ୍ଷଣ ସମ୍ପର୍କିତ ବିଭିନ୍ନ ନାରା ଦେଇ ଚାରା ରୋପଣ ପୂର୍ବକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *