ଅଖିଳ ଭାରତ କୃଷକ ସଭା ପକ୍ଷରୁ କାକଟପୁର ବ୍ଲକରେ ଗଣଧାରଣା

ଅଖିଳ ଭାରତ କୃଷକ ସଭା ପକ୍ଷରୁ କାକଟପୁର ବ୍ଲକରେ ଗଣଧାରଣା କାକଟପୁର, ୨୮.୦୭.୨୬(ରିପୋର୍ଟ ଜ୍ଞାନ ରଞ୍ଜନ ବିଶ୍ଵାଳ)ଅଖିଳ ଭାରତ କୃଷକ ସଭା ପକ୍ଷରୁ ମଙ୍ଗଳାବର ପୂର୍ବାହ୍ନରେ କାକଟପୁର ବ୍ଲକ ସମ୍ମୁଖରେ କୃଷକ ମାନଙ୍କ ୧୧ ଦଫା ବିଭିନ୍ନ ଦାବି ନେଇ ଗଣଧାରଣା ଦିଆଯାଇଥିଲା। କୃଷକ ନେତା ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଧାରଣାରେ କୃଷକ ସଭା ଜାତୀୟ ଉପ ସଭାପତି ଆଶିଷ କାନୁନଗୋ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣ ନୀତିକୁ ବିରୋଧ କରିବା ସହ ଚେତାବନୀ ଦେଇଛନ୍ତି। ଚାଷୀ ମାନଙ୍କ ବିଭିନ୍ନ ସମସ୍ୟା ଯଥା ସାର ଓ ବିହନ ଦର ବୃଦ୍ଧି, କଳାବଜାରୀ, ସର୍ବନିମ୍ନ ସହାୟକ ଦର ବୃଦ୍ଧି, ଚାଷୀଙ୍କ ପାଇଁ ପେନସନ ବ୍ୟବସ୍ଥା, କୃଷି ଋଣ ଛାଡ, ମାଗଣା ବିଦ୍ୟୁତ୍ ଯୋଗାଣ ଉପରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ କୃଷକ ନେତା ସୁରେଶ୍ ଚନ୍ଦ୍ର ବିଶ୍ଵାଳ, ମନୋଜ ପରିଡ଼ା, ବିପିନ ରାଉତ, ଗୋଲେଖ ନାୟକ, ପ୍ରମୋଦ ନାୟକ, କୃଷ୍ଣ ରାଉତ ପ୍ରମୁଖ ଚାଷୀ ନେତା ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *