ବନ୍ୟା
“ବନ୍ୟା”
ରଜନୀକାନ୍ତ ରଥ, ରାଜନଗର।
ଶ୍ରାବଣର ମୂଷଳ ଧାରାର ମେଘ
ସୃଷ୍ଟି କଲା ବନ୍ୟା।
ବନ୍ୟାର ତାଣ୍ଡବ ଲୀଳା ଭିଆଇଲା
ଅନେକ ଦୁଃଖ ଓ ଦୁର୍ଦ୍ଦଶା।
ମଣିଷ ଜୀବନ ହେଲା ଦୁର୍ବିସହ
ଅନେକ ହେଲେ ବାସ ହରା।
ଉଜlଡ଼ିଲା କେତେ ସମ୍ଭାବନl
କୃଷକର ମେହନତ ମାଟିରେ ମିଶିଲା।
ବଜ୍ରପାତ ହେଲା ତାହାରି ମୁଣ୍ଡରେ
ଅସୁମାରୀ ଆଶା ତାର ଧୂଳିସାତ ହେଲା।
ପ୍ରକୃତିର ଏହି ବିପର୍ଯୟ ଦୁଃଖ
ଆଣି ଦେଲା ମଣିଷ ଓ ପ୍ରାଣୀ ରେ।
ବନ୍ୟାର କରାଳ ଗ୍ରାସ ରେ
କେତେ ଯେ ଜୀବନ ନlଶିଲl।
ପ୍ରଭୁ ଜଗନ୍ନାଥ ହୁଅନ୍ତୁ ସହାୟ
ପୁନର୍ବାର ହସ ଫୁଟୁ ସମସ୍ତଙ୍କଠାରେ ।
